କଟକ(ସଂଘର୍ଷ ମିଡିଆ) : – ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତ ବଚନ ମିଥ୍ୟା ନୁହଁଇ। ପୂର୍ବଭାନୁ ଅବା ପଶ୍ଚିମେ ଯିବ, ଅଚ୍ୟୁତ ବଚନ ଆନ ନୋହିବ “। ଇଏ ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଲିଖିତ ଭବିଷ୍ୟତ ମାଳିକା। ଯାହାକି ଆଜକୁ ୫ ଶହ ବର୍ଷ ତଳେ ଲେଖିଥିଲେ। ଅଚ୍ୟୁତାନନ୍ଦଙ୍କ ଆଗତ ଭବିଷ୍ୟତ ମାଳିକାରେ ପ୍ରାଣୀ ସମାଜକୁ ସତର୍କ କରାଯାଇଛି,ଯେ ଯାହା ନହେବା କଥା ହେବ ଏବଂ ଯାହା କେବେ ଦେଖିନ ତାହା ଦେଖିବ ! ଯାହା ଅଚ୍ୟୁତାନନ୍ଦ ୫୦୦ ବର୍ଷ ତଳୁ ଲେଖି ଯାଇଥିଲେ ତାହା ଏବେ ଦେଖିବାକୁ ମିଳୁଛି। ଆମ୍ବ ଗଛରେ ସାଧାରଣତଃ ଡିସେମ୍ବର ରୁ ଜାନୁଆରୀ ବା ପୌଷ ମାସରୁ ମାଘ ମାସ ମଧ୍ୟରେ ଆମ୍ବ ଗଛରେ ବଉଳ ଆସିଥାଏ। ଏପରିକି ପୌଷ ମାସ ଅମାବାସ୍ୟା ଯାହାକୁ ବଉଳ ଅମାବାସ୍ୟା ନାମରେ ପରିଚିତ। ଏହି ଦିନ ଆମ୍ବ ଗଛକୁ ପୂଜା କରିବାର ବିଧି ଅଛି। ହେଲେ ଏବେ ଆସି ମେ ମାସ ବା ବୈଶାଖ ମାସ ଶେଷ ହେବାକୁ ବସିଥିବା ବେଳେ ଆମ୍ବ ଗଛରେ ବଉଳ ହେଉଥିବାର ଦେଖିବାକୁ ମିଳିଛି। ଆଉ ଯେଉଁ ଆମ୍ବ ଗଛରେ ଏବେ ବଉଳ ହେଉଛି ତାହା କେଉଁ ବାରମାସୀ ଆମ୍ବ ଗଛ ନୁହେଁ ତାହା ପ୍ରାୟ ୫୦ରୁ ୭୦ ବର୍ଷର ପୁରୁଣା ଆମ୍ବ ଗଛରେ ଏବେ ହେଉଛି ବଉଳ। ଯାହାକୁ ଦେଖି ସ୍ଥାନୀୟ ଲୋକେ ହତବାକ୍ ହେଉଥିବା ବେଳେ, ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଆଗତ ଭବିଷ୍ୟତ ମାଳିକା କଥା ଏବେ ମନେ ପକାଉଛନ୍ତି। ଆଉ ଭାବୁଛନ୍ତି ଆଗକୁ କିଛି ଅଘଟଣ ଘଟିବ କି ?
ଜାନୁଆରୀ ମାସରେ ଆମ୍ବ ଗଛ ମାନଙ୍କରେ ପ୍ରାୟତଃ ବଉଳ ଆସେ, ମାର୍ଚ୍ଚ ମାସ ବା ଦୋଳ ପୂର୍ଣ୍ଣିମା ବେଳକୁ ରାଧାକୃଷ୍ଣଙ୍କ ଦୋଳ ବିମାନ ରେ ନସିଲଗା ଆମ୍ବ ଟଙ୍ଗା ହୋଇଥିବା ଦେଖିବାକୁ ମିଳିଥାଏ। ହେଲେ ଏବେ ଅନେକ ପୁରୁଣା ଆମ୍ବ ଗଛରେ ବଉଳ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ କୃଷି ବିଭାଗ କହୁଛି ଏହା ଜଳବାୟୁରେ ପରିବର୍ତ୍ତନ ହେତୁ ଏବେ ଆମ୍ବ ଗଛରେ ବଉଳ ହେଉଛି।
ଅସମୟରେ ଆମ୍ବ ଗଛରେ ବଉଳ ଆସିବା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଭବିଷ୍ୟତ ମାଳିକାକୁ ନେଇ ସମସ୍ତେ ଏବେ ଆସନ୍ନ ଚିନ୍ତାରେ। ଯଦି କୃଷି ବିଭାଗ ର କଥା ଅନୁଯାୟୀ ଜଳବାୟୁରେ ପରିବର୍ତ୍ତନ ହେତୁ ଏଭଳି ଘଟୁଛି ତେବେ, ଏଭଳି ପରିବର୍ତ୍ତନ ପାଇଁ କ’ଣ ପ୍ରକୃତି ଏକା ଦାୟୀ ନା ଏଥିପାଇଁ ମଣିଷ ସମାଜ ବି ଦାୟୀ ? ତାହା ଏବେ ସମସ୍ତ ଙ୍କ ପାଇଁ ଚିନ୍ତା କରିବାର ସମୟ ଆସିଛି।
Get real time updates directly on you device, subscribe now.
Next Post