ବୈଶାଖର ସୁଲୁ ସୁଲିଆ ସମୀରରେ ଦୋଳାୟମାନ ହେଉଛି କୃଷ୍ଣଚୁଡା ଫୁଲ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ବୈଶାଖ ମାସରେ ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପ୍ରକୃତି ଦେଇଛି ତାର ନୈସର୍ଗିକ ସୃଷ୍ଟି। ଯେଉଁ ଠାରେ ମଣିଷ ଦଣ୍ଡେ ଛିଡ଼ା ହେଲେ ଭୁଲିଯାଏ ଏହି ଗ୍ରୀଷ୍ମ ପ୍ରବାହର କଷ୍ଟ ଓ ଲାଘବ,ଉତ୍ତଫୁଲିତ ହୁଏ ମନପ୍ରାଣ। ସିଏ ହେଉଛି ପ୍ରକୃତିର ଶ୍ରେଷ୍ଠ ବରଦାନ କୃଷ୍ଣଚୁଡା ଗଛ। ଯେଉଁ ଗଛରେ ହଳଦୀ ଓ ନାଲି ରଙ୍ଗର ଫୁଲ ଫୁଟି ଶୋଭା ମଣ୍ଡିତ କରେ ଉତ୍ତପ୍ତ ଧରଣୀ ରାଣୀର ସୃଷ୍ଟି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲ ର ନଦୀ କୂଳ,ତଟମୂଳ,କେନାଲ ବନ୍ଧ ଓ ଗ୍ରାମ୍ୟ ରାସ୍ତାରେ ଏବେ ପ୍ରକୃତିର ସମ୍ଭାର ସାଜିଛି କୃଷ୍ଣଚୂଡା ଫୁଲ। ଭଳିକି ଭଳି ରଙ୍ଗ ବେରଙ୍ଗ ସାଙ୍ଗକୁ ମନମୋହୁଛି ବାଟୋଇ, କବି ଓ ଭାବୁକଙ୍କର ମନ ହୃଦୟ । ଯାହିକି ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଯେଉଁ ଫୁଲକୁ କବି ଦେଖି ବର୍ଣ୍ଣନା କରନ୍ତି ଅସରନ୍ତି କବିତା ଆଉ ଭାବୁକ ଟିଏ ଦେଖି ନିଜକୁ ହଜାଇ ଦିଅ କେଉଁ ଏକ ଅଜଣା ରାଇଜରେ ଆଉ ସାଧାରଣ ଲୋକ ଟିଏ ଏହି ଫୁଲକୁ ଦେଖିଲେ, କିଛି କ୍ଷଣ ପାଇଁ ଭୁଲିଯାଏ ନିଜ ମନ ଭିତରେ ଥିବା ଅସରନ୍ତି ଦୁଃଖ ଓ ଯନ୍ତ୍ରଣାକୁ। ପ୍ରକୃତିର ଏହି ଅପୂର୍ବ ଦାନକୁ, କିଭଳି ସୁରକ୍ଷା କରାଯାଇ ପାରିବ ତାହା ସମସ୍ତଙ୍କ ପାଇଁ ଚିନ୍ତା କରିବାର ସମୟ ଏବେ ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More