ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲାରେ କାର୍ଯ୍ୟରତ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିମାଙ୍କୁ ଆଜି ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେବଦୂତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଆଲୋକକୁମାର ପଣ୍ଡା,ସମ୍ପାଦକ ବିଭୁରଞ୍ଜନ ନନ୍ଦ,ଉପସଭାପତି ସଚ୍ଚିଦାନନ୍ଦ ମିଶ୍ର,ଉପଦେଷ୍ଟା କାଳୁଚରଣ ଶତପଥୀ,କୋଷାଧ୍ୟକ୍ଷ ବିଶ୍ଵନାଥ କର,ସହସମ୍ପାଦକ ମୃତ୍ୟୁଞ୍ଜୟ ଦାଶ ଯୋଗଦେଇ କହିଥିଲେ କରୋନା ପାଇଁ ସରକାର ତାଲାବନ୍ଦ ସମୟରେ ନିଜ ଜୀବନକୁ ବାଜି ଲଗାଇ ସାରା ବିଶ୍ୱର ଖବର ଜନସାଧରଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି।ଲୋକମାନେ ମଧ୍ୟ ଘରେ ବସି ସମସ୍ତ ଖବର ଜାଣି ପାରୁଛନ୍ତି ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଏକ ପ୍ରକାର ଦେବଦୂତ ବୋଲି କହିଥିଲେ।ତେବେ ଜିଲ୍ଲାର କାର୍ଯ୍ୟରତ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା,ପିନାକୀ ମହାନ୍ତି, ମନୋଜ କୁମାର ଦାଶ,ସୋମନାଥ ପରିଡା,ରମାକାନ୍ତ ଦାଶ, ଶୁଭଙ୍କର ଜେନା,ଦୀପ୍ତି ରଂଜନ ମହାନ୍ତି, ତାରାପଦ ମହାନ୍ତି, ଆଶୁତୋଷ ବେହେରା,ମହେଶ୍ୱର ତ୍ରିପାଠୀ, ସରୋଜ ସାହୁଙ୍କୁ ଦେବଦୂତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ।