ବେସାହାରା କଲା ସାହାରା

27

Get real time updates directly on you device, subscribe now.

,ଭୁବନେଶ୍ବର (ସଂଘର୍ଷ ମିଡିଆ ) : ଦୀର୍ଘଦିନ ଧରି ଜମା ଟଙ୍କାର ମ୍ୟାଚୁରିଟି ପୁରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ । ଏହାକୁ ନେଇ ଉତ୍ୟକ୍ତ ଜମାକାରୀ ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଛନ୍ତି । ଦୀର୍ଘଦିନ ଧରି ଜମା ଟଙ୍କାର ମ୍ୟାଚୁରିଟି ପୁରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ । ଏହାକୁ ନେଇ ଉତ୍ୟକ୍ତ ଜମାକାରୀ ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଛନ୍ତି । ରାଜଧାନୀ ଭୁବନେଶ୍ବର ୟୁନିଟ-୩ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସାହାରା ଇଣ୍ଡିଆ ଲୋକଙ୍କୁ ଫିକ୍ସ ଡିପୋଜିଟ ଉପରେ ୬ ବର୍ଷରେ ଟଙ୍କା ଦ୍ଵିଗୁଣ ଲୋଭ ଦେଖାଇ କୋଟିକୋଟି ଟଙ୍କା ନେଇଥିଲା । ହେଲେ ଫିକ୍ସ ଡିପୋଜିଟ୍‌ ଅବଧି ଶେଷ ହୋଇଥିଲେ ସୁଦ୍ଧା ଜମାକାରୀଙ୍କୁ ସାହାରା ଇଣ୍ଡିଆ ମ୍ୟାଚୁରିଟି ଟଙ୍କା ଫେରାଉନଥିବା ଅଭିଯୋଗ ହୋଇଛି ।ଟଙ୍କା ନେବାପାଇଁ ବାରମ୍ବାର ସାହାରା ଇଣ୍ଡିଆ ଅଫିସକୁ ଆସି ନିରାଶ ହେଉଛନ୍ତି ଜମାକାରୀ । ଶେଷରେ ଆଜି ଶତାଧିକ ଜମାକାରୀ ଭୁବନେଶ୍ବର ସେକ୍ଟର ଅଫିସରେ ପହଞ୍ଚି ସେମାନଙ୍କ ଜମାଟଙ୍କା ଫେରାଇବାକୁ ଜିଦ୍‌ ଧରିଥିଲେ । ତେବେ ସେକ୍ଟର ମ୍ୟାନେଜର ଓ ଅନ୍ୟ ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More