ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ପାଲିଆ ପଂଚାୟତର ବେଲଝରୀ ଗ୍ରାମରେ ମା ତାରିଣୀଙ୍କ ଘଟଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ମାଙ୍କର ମୁଖ୍ୟ ସେବକ ଜବର ସିଂ ଗୌଡ଼ଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ଘଟଯାତ୍ରା ଅନୁଷ୍ଠିତ ହୋଇ ପାରିଛି ବୋଲି ମାଙ୍କ ମୁଖ୍ୟ ସେବକ ଶ୍ରୀ ଗୌଡ଼ କହିଛନ୍ତି। ମା ତାରିଣୀଙ୍କ ଯାତ୍ରାରେ ଦୂରଦୂରାନ୍ତରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ମା ତାରିଣୀଙ୍କ ଦର୍ଶନ କରିବା ସହ ମାଙ୍କର ଆଶୀର୍ବାଦ ନେଇଥିଲେ।ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି,କୁର୍ଚି,ସିରା,ପୂଜାରୀ ମାନଙ୍କ ଦ୍ୱାରା ବାଦ୍ୟ ନାଦ ରେ ନାଚି ନାଚି ସେହି ଗ୍ରାମ ପରିକ୍ରମା କରାଯାଇ ମାଁ ତାରିଣୀ ଙ୍କ ପୀଠରେ ପୁଜାର୍ଚନା କରାଯାଇ ଥିଲା। ସକାଳରେ ନିଜ ନିଜ ଗ୍ରାମକୁ ଲାଠି,କୁର୍ଚି ବାଦ୍ୟ ନାଦ ସହିତ ପ୍ରତ୍ୟାବର୍ତନ କରିଥିଲେ।ଉକ୍ତ ଘଟ ଯାତ୍ରା ରେ ସମଦୁ ପୂଜାରୀ, ଯଦୁନାଥ ଯାନୀ, ବଡ଼ନୀ ଗ୍ରାମର ନିତ୍ୟାନନ୍ଦ ଗୌଡ଼, କୁବେର ମେହେର, ଛବିଲାଲ ମେହେର, ଫୁପୁଗାଁ ଗ୍ରାମ ର ଦିବାକର ମାଝୀ, ସାରଥୀ ଯାନୀ, ଡମ୍ବରୁ ସାନ୍ତା,ପୂର୍ବତନ ସମିତି ସଭ୍ୟ ଚୈତନ୍ୟ ଖମାରୀ, ଲଛୀମଧର ଗୌଡ଼, ଲଛିମଧର ସାନ୍ତା ଓ ଆଖପାଖ ଗ୍ରାମର ଅନେକ ଶ୍ରଦ୍ଧାଳୁ ଭକ୍ତ ମାନେ ମୁଖ୍ୟ ଭୂମିକା ଗ୍ରହଣକରି ମାଙ୍କର ଘଟଯାତ୍ରାକୁ ବଡ ଆଡମ୍ବରପୂର୍ଣ୍ଣ କରି ଥିଲେ। ଉକ୍ତ ଯାତ୍ରାରେ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ଼ ଜମିଥିବା ରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉଭୟ ଯାତ୍ରା ଦେଖା ଓ ପରିବା ବିକା ଭଳି କାର୍ଯ୍ୟ କରି ଭରପୁର ଆନନ୍ଦ ନେଇଥିଲେ। ଦର୍ଶକ ମାନଙ୍କ ମନୋରଞ୍ଜନ ସକାଶେ ଘଟ ଯାତ୍ରା କମିଟି ତରଫରୁ ରାତ୍ରିରେ ଏକ ଦେଶିଆ ନାଟ୍ୟ ପ୍ରଦର୍ଶନର ଆୟୋଜନ କରାଯାଇଥିଲା।ଭକ୍ତ ବୃନ୍ଦ ଶାନ୍ତି ଶୃଙ୍ଖଳାରେ ଘଟ ଯାତ୍ରାର ଭରପୁର ମଜା ନେଇ ବେଶ ଆନନ୍ଦିତ ହୋଇ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।