ବେଲଗାମ ଏବେ ଶ୍ରୀ ମନ୍ଦିରରେ ମହାପ୍ରସାଦ ଦର

27

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବେଲଗାମ ଏବେ ଶ୍ରୀ ମନ୍ଦିରରେ ମହାପ୍ରସାଦ ଦର ।କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ଏବେ ଅବଢ଼ା ଦର ଉପରମୁହାଁ ହୋଇଥିବା ବେଳେ ଭକ୍ତ ବେଶ୍ ହଇରାଣ ହେଉଛନ୍ତି। ଅଣସେବାୟତ ପ୍ରବେଶ କରି ଆନନ୍ଦ ବଜାର ରେ ମହା ପ୍ରସାଦ ବିକ୍ରି ରେ ଭକ୍ତ ଙ୍କୁ ଶୋଷଣ କରୁଛନ୍ତି। ହେଲେ ଏହା ଉପରେ ଲାଗିପାରୁନି ରୋକ ।ସେଇଭଳି ଆନନ୍ଦ ବଜାର ଶୃଙ୍ଖଳା ନିଷ୍ପତ୍ତି କେବଳ କାଗଜ କଲମରେ ଅଟକିଛି ।ଏକ ସବ କମିଟି ଗଢି ଶ୍ରୀମନ୍ଦିର ପ୍ରଶାସନ ଚୁପ ବସିଥିବା ବେଳେ ଅନନ୍ଦବଜାରରେ ଆସିପାରୁନି ଶୃଙ୍ଖଳା । ମହାକାର୍ତ୍ତିକ ମାସ ରେ ମହା ପ୍ରସାଦ ପାଇଁ ଆତୁର ଭକ୍ତ ।ହେଲେ ମହାପ୍ରସାଦର ଦର କାର୍ତ୍ତୀକମାସ ଆରମ୍ଭରୁ ହିଁ ବେ ଲଗାମ ହୋଇ ଯାଇଛି।ଯାହାକୁ ନେଇ କେବଳ ଭକ୍ତ କାହିଁକି ସେଵାୟତ ବି ଅସନ୍ତୁଷ୍ଟ ।ଗତ ସେପ୍ଟେମ୍ବର ୧୩ ଶ୍ରୀ ମନ୍ଦିର ପ୍ରଶାସନର ଶୃଙ୍ଖଳା କମିଟି ବୈଠକରେ ଅଣସୁପକାର ପ୍ରବେଶ ଉପରେ କଟକଣା ପାଇଁ ନିଷ୍ପତ୍ତି ହୋଇଥିଲା। କେବଳ ଦୁଇଜଣ ସହାୟକ ସୁପକାରଙ୍କ ସାଙ୍ଗରେ ରହିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା। ଅଣ ଶୁପକାର ଙ୍କୁ ଆନନ୍ଦ ବଜାର ରୁ ତଡି କେବଳ ସୂପକାର ସେବକ ଙ୍କ ହାତ ରେ ଅବଢ଼ା ବିକ୍ରୀ ନେଇ ନିଷ୍ପତ୍ତି ହୋଇଥଲା। ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଦୀର୍ଘଦିନ ସୁଆର ମହାସୁଆର ନିଯୋଗ ଦାବି କରି ଆସୁଛି । ମାତ୍ର ଗତ ୪ ମାସ ତଳେ ଏକ ସବ କମିଟି ବୈଠକ କରି ଚୁପ ବସିଛି ଶ୍ରୀମନ୍ଦିର ପ୍ରଶାସନ । ଆନନ୍ଦ ବଜାର ରେ ଶୃଂଖଳା ଆଣିବାରେ ଖୋଦ୍ ଶ୍ରୀ ମନ୍ଦୀର ପ୍ରଶାସନ ଅବହେଳା କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ସୁଆର ମହା ସୁଆର ନିଯୋଗ। ଏବେ ବି ଅଣସେବାୟତ ଶ୍ରୀମନ୍ଦିର ରେ ଆଡା ଜମାଉଥିବା ବେଳେ ମହାପ୍ରସାଦ ଦର ଉପରେ ରୋକ ଲାଗିପାରୁନି ।ଉତ୍ତରଦ୍ୱାର ପ୍ରବେଶ କଟକଣା ଯୋଗୁଁ ଭକ୍ତଙ୍କ କଷ୍ଟ ବଢୁଥିବା ବେଳେ ଅଣ ସେବାୟତ ଏହାର ଫାଇଦା ନେଇ ଅବଢ଼ା କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି।ଯାହାଫଳରେ ଭକ୍ତ ସୁଲଭ ମୂଲ୍ୟରେ ମହାପ୍ରସାଦ ପାଇପାରୁନାହାନ୍ତି ।ଫଳରେ ଅସନ୍ତୋଷ ଜାହିର କରୁଛନ୍ତି ଭକ୍ତ । ଗତ ଜୁଲାଇ ମାସରେ ଆନନ୍ଦ ବଜାର ସ୍ଥିତି ସୁଧାର ପାଇଁ ପ୍ରାୟ ୨୦ ଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଏକ ସବ କମିଟି ଗଠନ ହୋଇଥିଲା ।୭ ରୁ ୧୦ ଦିନ ମଧ୍ୟରେ ଏହି କମିଟି ଆବଶ୍ୟକୀୟ ସୁପାରିଶ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ନିଷ୍ପତ୍ତି ହୋଇଥିଲା ।ଶ୍ରୀମନ୍ଦିର ସ୍ୱତ୍ୱଲିପି ଆଧାରରେ କେବଳ ସୁପକାର ମାନେ ମହାପ୍ରସାଦ ବିକ୍ରି କରିବେ ବୋଲି ନିଷ୍ପତ୍ତି ହେବାସହ ଅଣସୁପକାରଙ୍କୁ ତଡିବାକୁ ନିଷ୍ପତ୍ତି ହୋଇଥିଲା ।ନିର୍ଦ୍ଦିଷ୍ଟ ସ୍ଥାନରେ କିଏ କେତେ ଅବଢ଼ା ବିକ୍ରି କରିବ ଏବଂ ଯେଉଁଠାରେ ବସିବେ ସେଠାରେ ନମ୍ବରିଂ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ସାଇନେଜ ଲାଗିବା ସହ ଆନନ୍ଦ ବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।କିନ୍ତୁ ଏସବୁର କାର୍ଯ୍ୟକାରୀ ହେଉନଥିବା କଥା ଅଭିଯୋଗ କରିଛନ୍ତି ଖୋଦ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର।ଏମିତି କି ଅସ୍ଵଛ ଟଙ୍କାତୋରାଣୀ ଓ ଖୀର ,ରାବିଡ଼ି ବିକ୍ରି କୁ ନିଷେଧ କରାଯାଇଥିଲେ ମଧ୍ୟ ମାଳ ମାଳ ବେପାରୀ ଏବେ ଏହିସବୁକୁ ବିକ୍ରି କରୁଛନ୍ତି ।ଯାହାଉପରେ କୌଣସି ରୋକ ନଥିବାରୁ ଭକ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେଇପାରେ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ।ସେଇଭଳି ଭକ୍ତଙ୍କ ପାଇଁ ରୋଷଘର ଦର୍ଶନ ପାଇଁ କୌଣସି ନିର୍ଦିଷ୍ଟ ସମୟ ରଖାଯାଉନଥିବାରୁ ଅନେକ ସମୟରେ ଅବଢ଼ା ମାରା ହୋଇ କ୍ଷତି ହେଉଛି ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି ।ଆଗାମୀ ଦିନରେ ଆନନ୍ଦବଜାର ଶୃଙ୍ଖଳା ଦିଗରେ କାର୍ଯ୍ୟ ନହେଲେ ମହାପ୍ରସାଦ ପ୍ରସ୍ତୁତି ରେ ଅସୁବିଧା ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସୁଆର ମହାସୁଆର ନିଯୋଗ ଚେତାବନୀ ଦେଇଚି। ସେପଟେ ଆନନ୍ଦ ବଜାର ରେ ଶୃଙ୍ଖଳା ଆଣିବାରେ ପ୍ରଶାସନ ର ଅପାରଗତା କୁ କଡ଼ା ସମାଲୋଚନା କରିଛନ୍ତି ଭକ୍ତ। ତୁରନ୍ତ ଭକ୍ତ ଙ୍କ ପାଇଁ ସୁବିଧା ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଭକ୍ତ ଦାବୀ କରିଚନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More