ବେଲଗାଁରୁ ଚୋରୀ ହୋଇଥିବା ଗାଡି ରାମସା ଗାଁରୁ ଉଦ୍ଧାର

10

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ : – )ତା 11/08-ଗତ 9ତାରିଖ ରାତିରେ ଝରୀଗାଁ ବ୍ଲକ ଉମରକୋଟ ଥାନା ଅନ୍ତର୍ଗତ ଗୋବରୀ ନୁଆଁଗୁଡା ଗ୍ରାମରେ ତିନି ଜଣ ମେଣ୍ଢା ଚୋର(ରାମ ହରିଜନ, ଦୁଃର୍ଜନ ହରିଜନ ଓ ଖଗପତି ହରିଜନ )ଙ୍କୁ କାବୁ କରି ଗ୍ରାମବାସୀ ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଆଉ ଦୁଇ ଚୋର ଘଟଣା ସ୍ଥଳରୁ କୌଣସି ସୂତ୍ରେ ଖସି ପଳେଇଥିଲେ |ସେହି ରାତିରେ ହିଁ ବେଲଗାଁ ଗ୍ରାମର ରବି ଭତରାଙ୍କ ପୁଅ ଭାଗିରଥି ଭତରା ନିଜ ମଟର ସାଇକେଲ (OD 24 F 0858)ଘର ବାରଣ୍ଡାରେ ରଖି ଶୋଇପଡ଼ିଥିଲେ ଓ ଏହି ରାତିରେ ଘର ମୁହଁରେ ଥିବା ମଟରସାଇକେଲ ମଧ୍ୟ ଚୋରୀ ହୋଇଥିବା ସେ ଝରୀଗାଁ ଥାନାରେ ଗୁରୁବାର ଦିନ ଅପରାହ୍ନ ସମୟରେ ଅଭିଯୋଗ କରିଥିଲେ |ଭାଗିରଥିଙ୍କ ଅଭିଯୋଗ କୁ ଭତ୍ତିକରି ପୋଲିସ ତଦନ୍ତ କରି ପାଲିଆ ପଂଚାୟତ ର ରାମସା ଗ୍ରାମରୁ ବାଇକ ଟିକୁ ଉଦ୍ଧାର କରିଛି |ବାଇକ ଟିକୁ ଚୋରି କରିଥିବା ତିନିଚୋର ଦେବରାଜ ହରିଜନ, ଉଲଧର କୁମ୍ଭାର ଏବଂ ଭଲଟୁ ହରିଜନ ବୋଲି ଜଣାପଡିଛି |ରାତି ଅଧିଆ ରେ ତିନି ଚୋର ବାଇକ କୁ ଆଣି ଦେବରାଜ ହରିଜନ ଙ୍କ ଘରେ ପୁରେଇ ଦେଇ କୁଆଡେ ଫେରାର ହୋଇଥିବା ସୂଚନା ମିଳିଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More