ନୟାଗଡ(ସଂଘର୍ଷ ମିଡିଆ ) : – ସାରା ରାଜ୍ୟରେ ସୋସାଇଟ ନିର୍ବାଚନ ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ସୋସାଇଟ ନିର୍ବାଚନ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଜି ସଭାପତି ନିର୍ବାଚନ ନୋମିନେସନ ଫାଇଲ୍ କରିବାର ଥିବା ବେଳେ ସାସକ ଦଳର ସମର୍ଥିତ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସାହୁ ଫାଇଲ୍ କରିଥୀଲେ । ନିର୍ଧାରିତ ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ଫାଇଲ୍ କରିନଥିବା ବେଳେ।ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କୁ ଅପ୍ରତିଦ୍ୱନ୍ଦୀ ସଭାପତି ଭାବେ ନିର୍ବାଚନ ଅଧିକାରୀ ସୁସାନ୍ତ କୁମାର ମଲ୍ଲିକ ଘୋଷଣା କରିଥିଲେ । ଘୋଷଣା ପରେ ସମର୍ଥକ ମାନେ ବାଜା ବାଣ ଫୁଟାଇ ନୂତନ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ। ଏହି ସମୟରେ ସୋସାଇଟର ଡାଇରେକ୍ଟର , ପ୍ରକାଶ ମହାକୁଡ଼ ଗଦାଧର ବେହେରା, ବିଭୁତି ଭୁଷଣ ସାହୁ,ଭିମସେନ ପ୍ରଧାନ,ରାଜ କିଶୋର ସାହୁ,ମାଳତୀ ସାହୁ, ବିଦେଶୀ ପ୍ରଧାନ, ବେଣୁଧର ବାରିକ ଉପସ୍ଥିତ ରହିବା ସହିତ ସ୍ତାନିୟ ସରପଂଚ ସୁସାନ୍ତ କୁମାର ସାହୁ ସମିତି ସଭ୍ୟ କେଦାର ସେଠୀ ଉପସ୍ଥିତ ରହି ନୂତନ ସଭାପତିଙ୍କୁ ସନ୍ମାନିତ କରିଥିଲେ। ସମସ୍ତ ପରିଚାଳନା ସୋସାଇଟ ସେକ୍ରେଟାରୀ ଦଣ୍ଡପାଣି ଗୁରୁ ପରିଚାଳନା କରୁଥିଲେ। ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ।