ବେଦାନ୍ତ ଫେକରରେ ଅଗ୍ନିକାଣ୍ଡ ଘଟଣା, ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ୧୪୪ ଧାରା ବଳବତ୍ତର

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ବେଦାନ୍ତ ଫେକରରେ କମ୍ପାନୀ ପରିସର ଅଗ୍ନିକାଣ୍ଡ ଘଟଣାରେ ଜଣେ କର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କାର୍ଯ୍ୟ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଦୁଇ ଶ୍ରମିକ ଗୁରୁତର ହୋଇଥିଲେ । ପୂର୍ବରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି |ଦୁଇଜଣ ଶ୍ରମିକ ଗୁରୁତର ହୋଇ ପ୍ରଥମେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ । ବେଦାନ୍ତ ଫ୍ରନେସରେ ଚର୍ଜୀଂକାର ଅପେରେଟର ଭାବେ କାର୍ଯ୍ୟରତ ଥିବା ବରପଦା ଅଂଚଳର ବିଜୟ ମହାପାତ୍ର ଏବଂ ରାନ୍ଦିଆ କୋରଣ୍ଟ ଅଂଚଳର ରତିକାନ୍ତ ସୁତାର ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ କମ୍ପାନୀ କର୍ମଚାରୀ ଙ୍କ ସହାୟତରେ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନା ଏବଂ ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନନ୍ତିରିତ କରାଯାଇଥିଲା । ପରେ ସେମାନଙ୍କୁ ବର୍ଣ ସେଣ୍ଟର ହାଇଦ୍ରାବାଦକୁ ଏୟାର ଲିଫ୍ଟଇଂ କରାଯାଇଥିଲା | ତେବେ କୋରଣ୍ଟ ଅଞ୍ଚଳର ଶ୍ରମିକ ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି |ତେବେ ପୂର୍ବରୁ ମଧ୍ୟ ବେଦାନ୍ତ ଫେକର ପରିସର ରେ ଜନୈକ କର୍ମଚାରୀ ନିଆଁ ପଡି ଗୁରୁତର ହୋଇଥିଲେ । କଟକ ମେଡିକାଲରେ ଚିକିଶ୍ଚିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରମିକଙ୍କ ମୃତ୍ୟୁ ପରେ ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଦୁଇ ଦିନ 144 ଧାରାକୁ ବଳ ବତ୍ତର ରଖାଯାଇଛି | ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଇନଚାର୍ଜ ରେ ଥିବା ବାଲେଶ୍ୱର ଏସପି ଶାଗରିକା ନାଥ ଓ ଜିଲ୍ଲାପାଳ ଶୀଧେଶ୍ୱର ବଳିରାମ ବୋନ୍ଦର ଫେକର ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା କରିବା ତଥା ଅପ୍ରୀତିକର ପରିବେଶ ସୃଷ୍ଟି ନକରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ଦେବା ପାଇଁ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା ହୋଇଛି ଓ ଯେଉଁ ଫୋରନେସରୁ ବାରମ୍ବାର ଅଗ୍ନିକାଣ୍ଡ ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି ତାହାକୁ କମ୍ପାନୀ ଟେକ୍ନିକାଲ ଟିମ ଯାଞ୍ଚ କରିବା ସହ ସରକାରଙ୍କ ତରଫରୁ ମଧ୍ୟ ଯାଞ୍ଚ କରାଯିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜିଲ୍ଲାପାଳ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More