ବେଆଇନ ସୁଧ କାରବାର,ତାରପୁର ମହାନଦୀରେ ଠିକାଦାର ଡେଇଁ ନିଖେ।ଜ

25

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ନୀଉଜ) : ପୁଣିଥରେ ସୁଧ ଟଙ୍କା କାରବାରକୁ ନେଇ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି ଜଗତସିଂହପୁର ଥାନା ଅଧିନ ଅଳସୁଧା ଗାଁରେ। ଏହି ସୁଧ କାରବାରକୁ ନେଇ ରଘୁନାଥପୁର ଥାନା ତାରପୁର ନିକଟ ମହାନଦୀକୁ ଡେଇଁ ଅଳସୁଧା ଗ୍ରାମର ଠିକାଦାର ନିଖୋଜ । ସୂଚନାରୁ ପ୍ରକାଶ ଯେ ନିଖୋଜ ଠିକାଦାର ଜଗତସିଂହପୁର ଥାନା ଅଳସୁଧା ନିପୁର ଗାଁର ନଟବର ରାଉତଙ୍କ ପୁତ୍ର ମନୋରଂଜନ ରାଉତ ବୟସ ୪୮ । ଠିକା କାମ ଓ ଟଙ୍କା ପଇସାକୁ ନେଇ କିଛି ଲୋକଙ୍କ ଗାଳିଗୁଲଜ ସହିନପାରି ଶୁକ୍ରବାର ତାରପୁର ନାରାୟଣୀ ପାଖରେ ବୁଲୁଥିବା ପ୍ରତେକ୍ଷ୍ୟ ଦର୍ଶୀ କହିଛନ୍ତି । କାଲି ବିଳମ୍ବିତ ରାତିରେ ମହାନଦୀ ଡେଇଁ ପଡିଥିବା ଜଣାପଡିଛି । ଶନିବାର ସକାଳୁ ରଘୁନାଥପୁର ପୁଲିସ ଖବର ପାଇ ପହଞ୍ଚି ନଦୀବନ୍ଧରୁ ସ୍କୁଟି ଓ ସୁଇସାଇଡ ନୋଟ ଜବତ କରିଥିଲେ। ସୁଇସାଇଡ଼ ନୋଟରେ ତାଙ୍କ ଗ୍ରାମର ସୁଧ ବେପାରି ତିନି ଜଣଙ୍କ ନା ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ନିଖୋଜ ଠିକାଦାର । ଓଡ୍ରାଫ ଟିମର ଖୋଜା ଖୋଜି ଜାରି ରଖିଥିଲେ ସୁଧା ଏପର୍ଯ୍ୟନ୍ତ କୈ।ଣସି ଖବର ମିଳିନାହିଁ। ଜଗତସିଂହପୁର ଜିଲ୍ଲାର ସଦର ମହକୁମାରେ ବେଆଇନ ସୁଧ କାରବାର ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନର ଅଙ୍କୁଶ ନଥିବାରୁ ସୁଧ ଟଙ୍କା ନେଇ ବିଭିନ୍ନ ସମୟରେ ଆତ୍ମହତ୍ୟା ବୃଦ୍ଧିକୁ ନେଇ ବୁଦ୍ଧି ଯିବି ମହଲରେ ନିନ୍ଦା କରାଯାଇଛି। ବେଆଇନ ସୁଧ କାରବାରକୁ ବନ୍ଦ କରିବା ପାଈଁ ଜନସାଧରଣରେ ମଧ୍ୟଦାବି ହୋଇଛି । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More