ବେଆଇନ ଭାବେ ପଞ୍ଚାୟତ ଭବନ ନିର୍ମାଣ ଅଭିଯୋଗ

34

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ଗୁଆଳସିଂ ପଞ୍ଚାୟତର ସୁଦର୍ଶନ ହାଇସ୍କୁଲ ଠାକୁରହାଟ ପଡିଆରେ କିଭଳି ବେଆଇନ ଭାବେ ପଞ୍ଚାୟତ ଭବନ କାର୍ଯ୍ୟକ୍ରମ ଚାଲୁଅଛି । ଆମ ପ୍ରତିନିଧି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ସୁଦର୍ଶନ ହାଇସ୍କୁଲ ନିକଟକୁ ଯାଇଥିଲେ । ସେହି ସୁଦର୍ଶନ ହାଇସ୍କୁଲ ପଡିଆରେ କୋଭିଡି -୧୯ ପୂର୍ବରୁ ଏକ ପାର୍କ ଉଦଘାଟନ ହୋଇଥିଲା ତାହାକୁ କିଛି ଲୋକ ମାନେ ଚାଁହୁନଥିଲେ ହେଲେ ଯେହେତୁ ପଞ୍ଚାୟତ ର ଏହି ଭଳିଆ ଯାଗା ନଥିବାରୁ ତେଣୁ କିଛି ଲୋକ ମାନଙ୍କ ସହମତି ଓ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହମତିରେ ଆଜି ଏହି ପାର୍କ କାର୍ଯ୍ୟକ୍ରମ ଚାଲୁଅଛି । ହେଲେ ପାର୍କର ପଛ ପଟରେ ତାହା ପୁଣି ବିଦ୍ୟାଳୟ ପରିସର ଜାଗାରେ ଆଉ ଏକ ଘର କାମ ହବାର ଦେଖିଥିଲେ ଆମ ପ୍ରତିନିଧି । ଆଉ ପଚାରିବୁଝିଥିଲେ ଗ୍ରାମର କିଛି ଲୋକଙ୍କୁ ସେ କହିଥିଲେ କି ଏଇଟା ପଞ୍ଚାୟତ ଭବନ ହଉଛି ଆଉ ମଧ୍ୟ କହିଥିଲେ ସେଠି କଲ୍ୟାଣୀ ମଣ୍ଡପ ହେବ। ହେଲେ ଗୋଟେ ପ୍ରଶ୍ନ ଉଠୁଛି ସ୍କୁଲ ଜାଗାରେ କିପରି ପଞ୍ଚାୟତ ଭବନ ଏବଂ କଲ୍ୟାଣ ମଣ୍ଡପ ହେଉଛି । ଏହି ବିଷୟରେ ଆମେ ପଚାରି ଥିଲୁ ବର୍ତ୍ତମାନ ସୁଦର୍ଶନ ହାଇସ୍କୁଲରେ କରତବ୍ୟରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ହେଲେ ସେ କହିଥିଲେ ଏହି ବିଷୟରେ ଆମେ କିଛି ଜାଣିନୁ ଆଉ ମଧ୍ୟ କହିଥିଲେ ଏହି କାମ ସ୍କୁଲ ପରିସରରେ ହେବା କଥା ନୁହେଁ ଏବଂ ଆଉ ମଧ୍ୟ କହିଥିଲେ ଏହି ବିଷୟରେ ଟିକେ ପୂର୍ବରୁ ଥିବା ପ୍ରଧାନ ଶିକ୍ଷକଙ୍କୁ ପଚାର । ପୁଣି ଆମ ପ୍ରତିନିଧି ପଚାରିଥିଲେ ପୂର୍ବରୁ ଥିବା ପ୍ରଧାନ ଶିକ୍ଷକଙ୍କୁ ଆଉ ସେ କହିଲେ କି ଏହି ବିଷୟରେ ଆମେ କିଛି ଜାଣିନୁ ଆଉ ମଧ୍ୟ କହିଲେ ଏଇଟା ବେଆଇନ ଭାବେ କାର୍ଯ୍ୟକ୍ରମ ହେଉଛି । ପୁଣି ଏକ ପ୍ରଶ୍ନ ଉଠୁଛି କି ସରପଞ୍ଚ ଚାହିଁଲେ ସ୍କୁଲ ଜାଗାରେ ମନକୁ ମନ କରି ପାରିବ କି ପଞ୍ଚାଯତ ଗୃହ । ଏହା ଏକ ବେଆଇନ କାର୍ଯ୍ୟକ୍ରମ, ଡେରାବିଶ ବ୍ଲକର ସୁଦର୍ଶନ ହାଇସ୍କୁଲ ପଡିଆରେ କିଭଳି ଜୋର ଜବରଦସ୍ତ ବିଦ୍ୟାଳୟ ଜମିକୁ ପଞ୍ଚାୟତ ଭବନ କରିବା ଲାଗି ରାଜୁତି ଚଲେଇଛନ୍ତି ।କେନ୍ଦ୍ରାପଡ଼ାରୁ ବିଜୟ କୁମାର ବେହେରାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More