କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଧା ବ୍ରିଜ ନିକଟରେ ସିଢୁଆ ନଦୀରେ କୋରକୋରା ବାଲି ଘାଟରେ ଚାଲିଥିବା ବାଲି ଉଠା କୁ ନେଇ ଖଲର୍ଦ୍ଧା ଓ କୋରକୋରା ପଞ୍ଚାୟତ ର ଲୋକେ ଗଣ ଧାରଣା ରେ ବସିଛନ୍ତି।ଖଲର୍ଦ୍ଧା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଇତିଶ୍ରୀ ସ୍ବାଇଁ, ସମିତିସଭ୍ୟ ବେଣୁଧର ମୁଳିଆ,ପୂର୍ବତନ ଜିଲ୍ଲାପରିଷଡଦ ଶ୍ରୀଯୁକ୍ତ ସମୀର ସାମନ୍ତରାୟ,ପୂର୍ବତନ ସରପଞ୍ଚ ଅଜୟ କୁମାର ବିଶ୍ବାଳ, ସୋମନାଥ ଦାସ,ରିଷ୍ଟ ରଞ୍ଜନ ରାଉତରାୟ, କମଳାକାନ୍ତ ଦାସ,ବିଜୟ କୁମାର ମହାନ୍ତି ସମେତ ବହୁ ବୁଦ୍ଧିଜୀବୀ ଓ ମହିଳାମାନେ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ।ଗ୍ରାମବାସୀଙ୍କ ଅଭିଯୋଗ ଦୈନିକ ଶହ ଶହ ବାଲି ବୋଝେଇ ହାଇୱା ଗାଡି ଯାଇ ରାସ୍ତା ନଷ୍ଟ ହେବା ସହିତ ବହୁ ଜୀବନ ଅକାଳରେ ଚାଲିଗଲାଣୀ।ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଜାତୟତରେ ଅସୁବିଧା ଭୋଗୁଛନ୍ତି।ଲିଜଧାରୀ ଯେତିକି ଜାଗା ଟେଣ୍ଡର ସମୟରେ ନେଇଥିଲେ ଅଧିକ ଯାଗାରୁ ବାଲି ଉଠାଉ ଥିବାର ଗ୍ରାମବାସୀ କହିଛନ୍ତି।ଜଳ ସମ୍ପଦ ବିଭାଗ ଦ୍ଵାରା ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମାଣ କରାଯାଇଥିବା ପଥର ବନ୍ଧ କୁ ତାଡି ଦେଇ ଗ୍ରାମପ୍ରତି ବିପଦ ସୃଷ୍ଟି କରୁଅଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।ବାଲିଘାଟ ବନ୍ଦ କରିବା ପାଇଁ ଗ୍ରାମବାସୀ ମାନେ ଲିଖିତ ଭାବେ ADM ରାଜସ୍ୱ, ଜିଲ୍ଲାପାଳ କଟକ,IIC କଟକ ସଦର ଥାନା,RDC କଟକ,ବିଧାୟକ ନିଆଳିଙ୍କୁ ଅବଗତ କରିଥିଲେ।ଗ୍ରାମବାସୀ ମାନଙ୍କ ଅଭିଯୋଗ ପ୍ରଶାସନ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେଲେ ଗ୍ରାମବାସୀ ଉପକୃତ ହୋଇପାରିବେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନ ଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।