ବେଆଇନ ବନ୍ଧୁକ କାରବାର କରୁଥିବା ରାକେଟ ଠାବ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -କଟକ ଲାଲବାଗ ଥାନା ପୋଲିସ ଏବଂ ସ୍ପେଶାଲ୍ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଏକ ବେଆଇନ ବନ୍ଧୁକ କାରବାର କରୁଥିବା ରାକେଟକୁ ଧରିଛି। ରାକେଟ ର ତିନିଜଣ ପୋଲିସ ଜାଲରେ ପଡ଼ିଛନ୍ତି। ଗିରଫ ବେପାରୀଙ୍କ ଠୁ ପୋଲିସ ତିନି ବନ୍ଧୁକ ସହ ୧୫ ଟି ଜୀବନ୍ତ ଗୁଳି ଜବତ କରିଛି। ଏଥିସହିତ ୩ ଟି ମୋବାଇଲ ଏବଂ ୩ଟି ବାଇକକୁ ଜବତ କରିଛି ପୋଲିସ। ଏମାନେ ବିହାରର ମୁଙ୍ଗେର ଅଞ୍ଚଳରୁ ବେଆଇନ ବନ୍ଧୁକ ଆଣି ହଜାର ହଜାର ଟଙ୍କାରେ କଟକରେ ବ୍ୟବସାୟ କରିବା ଲକ୍ଷ୍ୟରେ ଥିଲେ। ପୁର୍ବରୁ ମଧ୍ୟ କଟକରେ ବିଭିନ୍ନ ଅପରାଧିମାନଙ୍କୁ ବେଆଇନ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଯୋଗାଇ ଆସୁଥିଲେ। ଏସବୁ ଯୋଗାଇଦେବା ପଛରେ ବିରାଟ ରାକେଟ୍ କାମ କରୁଥିବାର ପୋଲିସ ପାଖରେ ସୂଚନା ଥିଲା। ଆଉ ଉଭୟ ବିଭାଗର ମିଳିତ ଅପରେସନ ପରେ ଏହି ରାକେଟ୍ ରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି କାରବାର ର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛି ପୋଲିସ ଖୋଳତାଡ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More