ବେଆଇନ ବନ୍ଧୁକ କାରଖାନା ଠାବ : ୪ ବନ୍ଧୁକ,୨ ପିସ୍ତଲ ସହ ଅନେକ ସାମଗ୍ରୀ ଜବତ, ଜଣେ ଗିରଫ

12

Get real time updates directly on you device, subscribe now.

ବୌଦ୍ଧ (ସଂଘର୍ଷ ମିଡିଆ) : – ବୌଦ୍ଧ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲସହ ବ୍ୟାପକ ସାମଗ୍ରୀ ଜବତ ଜଣେ ଗିରଫ ହୋଇଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ପଂଚାୟତ ଗୁନ୍ଦୁଲିଆ ଗ୍ରାମପଂଚୟାତର ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ଦିର୍ଘ ଦିନରୁ ଏହି ଅଂଚଳରେ ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲେ ହେଁ ସ୍ଥାନୀୟ ପୋଲିସ ପାଖରେ ଏନେଇ କୌଣସି ସୁରାଖ ନଥିଲା । ତେବେ ଏନେଇ ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସ୍କାର୍ଡ ଖବର ପାଇ ଗତକାଲି ବିଳମ୍ବିତ ରାତ୍ରୀରେ ମନମୁଣ୍ଡା ପୋଲିସ ସହ ମିଶି ଚଢାଉ କରିଥିଲା । ଫଳରେ ସାଲେଇପଡାର ଶେଷଦେବ ବିନ୍ଧାଣୀଙ୍କ ଘର ଭିତରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଥିଲା । ସେଠାରେ ୪ଗୋଟି ଦେଶୀ ବନ୍ଧୁକ,୨ଗୋଟି ଦେଶୀ ପିସ୍ତଲ ସହ ବ୍ୟାପକ ମାତ୍ରାରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । କାଠ ଓ ଲୁହାକୁ ବ୍ୟବହାର କରାଯାଇ ଏସବୁ ବନ୍ଧୁକ ତିଆରି ହେଉଥିବା ଜଣାପଡିଛି । ଏହି ଘଟଣାରେ ଶେଷଦେବ ବିନ୍ଧାଣୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ । ତେବେ କେବେଠାରୁ ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲା । ଏହାର ଲିଙ୍କ କେଉଁ ଅଂଚଳ ସହ ରହିଛି ଏବଂ ଆଉ କେଉଁମାନେ ଏହା ସହ ଜଡିତ ଅଛନ୍ତି ସେନେଇ ପୋଲିସର ତଦନ୍ତ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବୌଦ୍ଧ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More