କଟକ(ସଂଘର୍ଷ ମିଡିଆ ) : – ବେଆଇନ୍ ଗୋରୁ କଟା ସ୍ଥାନରେ ଦେବ ସେନାର ର ଚଢ଼ାଉ l ପୋଲିସ୍ ର ତଦନ୍ତ l ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମ ପୁର ପଞ୍ଚାୟତ ରସୁଲପୁର ଗ୍ରାମରେ l ମାହାଙ୍ଗା ଭଉଁରିଆ ଅଞ୍ଚଳର ଜଣେ ଗୋ ମାଫିଆ ରସୁଲ ପୁର ଗ୍ରାମରେ ସହ ସହ ଗାଈଗୋରୁ , ବାଛୁରୀ ,ଷଣ୍ଢ କୁ କାଟି ମାଂସ ଚାଲାଣ କରେ l ଏପରିକି ଏକ ଟାଟା ଏସି ଗାଡ଼ିରେ ମାଂସ ଲୋର୍ଡକରି ଫେରାର କରିଦେଇଛି ଗୋ ମାଫିଆ l ତେବେ ଏହି ଖବର ଜାଣିଲା ପରେ ଦେବ ସେନାର ଟିମ ରସୁଲ ପୁର ଅଞ୍ଚଳରେ ପହଂଚି ଛାନଭିନ୍ନ କରିଥିଲା l ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି l ଏପରିକି ଗୋରୁ କଟା ଯାଇଥିବା ସ୍ଥାନ ରେ କେଉଁଠି ବ୍ଲଡ ପଡ଼ିଛି ତ ଆଉ କେଉଁଠି ଖାଲ ଖୋଳାଯାଇ ଗୋରୁ ର ଅବଶିଷ୍ଟ ଅଂଶକୁ ପୋତି ଦିଆଯାଇଛି l ତେବେ ଦୁର୍ଗନ୍ଧ ନ ହେବା ପାଇଁ ସେହି ସ୍ଥାନରେ ବ୍ଲିଚିଂ ପକାଯାଇଚି l ଏପଟେ କିଛି ମୁସିଲିମ୍ ସମ୍ପ୍ରଦାୟ ଲୋକେ ଏହି ବେଆଇନ୍ ଗୋରୁ କଟାକୁ ବିରୋଧ କରିବା ସହ ତାଙ୍କ ପରିବାର ଦୁର୍ଗନ୍ଧ ରୀ ଅତିଷ୍ଠ ହେଉଥିବା ଅଭିଯୋଗ କରିଛନ୍ତି l ତେବେ ପୋତା ଯାଇଥିବା ସ୍ଥାନକୁ ଯଦି ପୋଲିସ ଖୋଳିବ ତେବେ ସମସ୍ତ ସତ୍ୟକଥା ପ୍ରକାଶ ପାଇ ପାରିବ l ଏପଟେ ଦେବସେନା ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି l ତେବେ ବଡ଼ ପ୍ରଶ୍ନ ପୋଲିସ୍ ସଠିକ ଭାବେ ତଦନ୍ତ କରୁନାହିଁ ଯାହାକି ସେହି ଅଞ୍ଚଳରେ ବାରମ୍ବାର ବେଆଇନ୍ ଗୋରୁ କଟା ଯାଇ ମାଂସ ଚାଲାଣ ହେଉଛି l ଏପରିକି ପୋଲିସ ଇଙ୍ଗିତରେ ବେଆଇନ୍ ଗୋରୀ ଚାଲାଣ ଠାରୁ ଆରମ୍ଭ କରି ଗୋ ମାଂସ ଚାଲାଣ ର ପେଣ୍ଠ ସ୍ଥଳୀ ପାଲଟିଛି ରସୁଲପୁର ଗ୍ରାମ l କେବଳ ରସୁଲ ପୁର ନୁହେଁ ବରଂ ମାହାଙ୍ଗା ଅଞ୍ଚଳର ଜୟପୁର ଓ ଭାଇଁରିଆ ରେ ମଧ୍ୟ ସମାନ ପରିସ୍ଥିତି l ତେବେ ପୋଲିଠାରୁ ଆରମ୍ଭ କରି ବଡ଼ବଡ଼ିଆ ମାନଙ୍କୁ ଗୋ ମାଫିଆ ମାନେ ଭଲ ମୁନାଫା ଦେଇ ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ କରିବାକୁ ପଛାଉ ନାହାଁନ୍ତି l