ବେଆଇନ୍ ଗୋରୁ ବୋଝେଇ ଗାଡ଼ି ଜବତ, ୨୪ ଗୋରୁ ଉଦ୍ଧାର

10

Get real time updates directly on you device, subscribe now.


ନରସିଂହପୁର(ସଂଘର୍ଷ ମିଡିଆ) : – ନରସିଂହପୁର ଥାନା ଅର୍ନ୍ତଗତ କନ୍ଧ ଦେବଭୁଇଁ ନିକଟରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ତିନୋଟି ଗୋରୁ ବୋଝଇ ଗାଡ଼ି କୁ ନରସିଂହପୁର ପୋଲିସ୍ ଜବତ କରିବା ସହ ଚୋରା ଚାଲାଣ ହେଉଥିବା 24 ଟି ଗୋରୁ ଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ସଂପୃକ୍ତ 6 ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ସୋଲବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ 34 ବର୍ଷ, ଆଶିଷ କୁମାର ମଲ୍ଲିକ 27 ବର୍ଷ, ଲଲାଟ କିଶୋର ନାୟକ 35 ବର୍ଷ, କଞ୍ଜିଆପଦା ଗ୍ରାମର ପ୍ରଭାତ କୁମାର ଜେନା 30 ବର୍ଷ , ସନ୍ତୋଷ କୁମାର ଭଟ୍ଟ 37 ବର୍ଷ, ମେଘ ଭଟ୍ଟ 45 ବର୍ଷ ବୋଲି ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତିନିଟି ଗାଡି ରେ ଓଲବ ଜଙ୍ଗଲ ରୁ ଦେବଭୂମି ଜଙ୍ଗଲ ଦେଇ ଗୋରୁ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନରସିଂହପୁର ଥାନା ଅଧିକାରୀ ଅଭୟ କୁମାର ବେହେରା, ସବ ଇନ୍ସପେକ୍ଟର ଏଚ ମହମ୍ମଦ , ଏ ଏସ ଆଇ ନୀଳମାଧବ ପଣ୍ଡା ଙ୍କ ସମେତ ନରସିଂହପୁର ଥାନା ପୋଲିସ୍ ଓ ଏପିଆର୍ ପୋଲିସ ଚଢ଼ାଉ କରି ଓଲବ ଜଙ୍ଗଲ ରୁ ଦେବଭୂମି ଦେଇ ଅନୁଗୁଳ ଯାଇଥିବା ଜଙ୍ଗଲ ରାସ୍ତାର ଦେବଭୂମି ପଞ୍ଚାୟତ କନ୍ଧ ଦେବଭୂମି ନିକଟରୁ ତିନୋଟି ଗୋରୁ ବୋଝେଇ ପିକ୍ ଅଫ୍ ଭ୍ୟାନ ଜବତ କରିବା ସହ ସହ ଚୋରା ଚାଲାଣ ହେଉଥିବା 24 ଟି ଗୋରୁ ଙ୍କୁ ଉଦ୍ଧାର କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ତିନି ଡ଼୍ରାଇଭର ସମେତ 6 ଜଣଙ୍କୁ ନରସିଂହପୁର ପୋଲିସ୍ ଗିରଫ କରି 71/23 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଜବତ ଗୋରୁ ମାନଙ୍କୁ ନୟାଗଡ଼ ଜିଲ୍ଲା ଗଣିଆ ନିକଟସ୍ଥ ଏକ ଗୋଶାଳା ରେ ଛଡା ଯାଇଛି। ସୁଚନା ରୁ ପ୍ରକାଶ ଯେ ପ୍ରାୟ ପ୍ରତ୍ୟେକ ଦିନ ନରସିଂହପୁର ବ୍ଲକରେ ବେଆଇନ୍ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ଜାଣିଶୁଣି ଚୁପ୍ ରହୁଥିବା ଅଭିଯୋଗ ହେଉଛି। ଏପରିକି ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଯେ ଓଲବ୍ ଜଙ୍ଗଲ ରୁ ଦେବଭୂମି ଜଙ୍ଗଲ ଦେଇ ଏହି ଗୋରୁ ଚୋରା ଚାଲାଣ ହେଉଥିବା ଆଜି ସ୍ପଷ୍ଟ ହୋଇଛି। ଏହି ରାସ୍ତା ରେ ବେଆଇନ୍ ଚୋରା ଚାଲାଣ କୁ ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ଏହି ରାସ୍ତାରେ ଗୋଟିଏ ଚେକ୍ ଗେଟ୍ ରହିଛି। ମାତ୍ର ଚେକ୍ ଗେଟ୍ ରାସ୍ତା ଦେଇ କିପରି ଗୋରୁ ଚୋରା ଚାଲାଣ ହେଉଛି। ବନ ବିଭାଗ କିପରି ଜାଣି ପାରିଲାନି ନାଁ ବନ ବିଭାଗ କର୍ମଚାରୀ ଉତ୍କୋଚ ନେଇ ପ୍ରତିଦିନ ଏଇଭଳି ଚୋରା ଚାଲାଣ କୁ ସହଯୋଗ କରୁଥିବା ବେଳେ ଆଜି ଏହି ରାସ୍ତା ରୁ ଗୋରୁ ଗାଡ଼ି ଜବତ ହେବା ବନ ବିଭାଗ କାର୍ଯ୍ୟ ଉପରେ ଆଙ୍ଗୁଳି ଉଠାଇଛି। ଦୁଇ ଦୁଇ ଟି ଥାନା ଦୁଇ ଦୁଇ ଟି ବନ ବିଭାଗ ଏରିଆ ଦେଇ କିଭଳି ପ୍ରତିଦିନ ବେଆଇନ ଗୋରୁ ଚୋରା ଚାଲାଣ ହେଉଛି । ତାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି! ଏନେଇ ନରସିଂହପୁର ପୂର୍ବ ବନ ବିଭାଗ ରେ ରେଞ୍ଜର ସୁବାଷ ଚନ୍ଦ୍ର ରାଉତ ଙ୍କୁ ପଚାରିବାରୁ ଆଜି ସକାଳେ ଜଙ୍ଗଲ ରେ ନିଆଁ ଲାଗିଥିବାରୁ ବନ ବିଭାଗ କର୍ମଚାରି ମାନେ ନିଆଁ ଲିଭାଇବା ପାଇଁ ପଳାଇ ଥିବାରୁ ଏହି ସମୟ ମଧ୍ୟରେ ଏହି ଗାଡ଼ି ଏହି ରାସ୍ତା ଦେଇ ପଳାଇଥିବା ରେଞ୍ଜର ସଫେଇ ଦେଇଛନ୍ତି। ଯାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More