ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟକଳା ମନମୁଣ୍ଡା ବନ ବିଭାଗ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) ,: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନ ମୁଣ୍ଡା ରେଞ୍ଜ ଅଞ୍ଚଳରେ ଚାଲିଥିବା ବେଆଇନ ଭାବେ ଗଞ୍ଜେଇ ଚାଷକୁ ସଂପୂଣ୍ଣ ଭାବେ ନଷ୍ଟ କରିବାକୁ ଏବେ ଅଣ୍ଟା ଭିଡ଼ିଛି ବନବିଭାଗ। କୌଣସି ସୂତ୍ରରୁ ଖବର ପାଇ ଆଜି ବୌଦ୍ଧ ଡିଏଫୋଓ ପ୍ରିୟବ୍ରତ କମ୍ଫ ଙ୍କ ନିର୍ଦ୍ଧେଶ କ୍ରମେ ମନ ମୁଣ୍ଡା ରେଞ୍ଜର ଶ୍ରୀବତ୍ସ କୁମୁରା,କଣ୍ଟାମାଳ ରେଞ୍ଜର ଖିରବାଧି ପ୍ରଧାନ ,ଫରେଷ୍ଟର ଦେବାକାନ୍ତ ବେହେରା, ମାଳତୀ ମାଝୀ ,ଫରେଷ୍ଟ ଗାର୍ଡ ଓ ୱାଚର ଏହିପରି ଭାବରେ 25 ଜଣ ମିଳିତ ଭାବେ ମନ ମୁଣ୍ଡା ଓ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର ଓ ସଗଡା ସେକ୍ସନ ପେନାଯୋର ସଂରକ୍ଷିତ ଜଙ୍ଗଲରେ 3 ହେକ୍ଟର ଜମିରେ ହୋଇଥିବା 31,500 ଗଞ୍ଜେଇ ଗଛ ନଷ୍ଟ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିବା ବେଳେ ଆଗକୁ ବିଭିନ୍ନ ଆଞ୍ଚରେ ଚଢ଼ାଉ ଜାରି ରହିବ ବୋଲି ମନ ମୁଣ୍ଡା ରେଞ୍ଜର ଶ୍ରୀଯୁକ୍ତ ଶ୍ରୀବତ୍ସ କୁମୂରା ସୂଚନା ଦେଇଛନ୍ତି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More