ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

30

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : : ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମରେ ମାହାଙ୍ଗାରେ ୨ ଶହ ୭ କୋଟି ଟଙ୍କାର ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ମାହାଙ୍ଗା ବ୍ଲକର ୩୭ଟି ଓ ନିଶ୍ଚନ୍ତକୋଇଲି ବ୍ଲକର ୬ ଟି ପଂଚାୟତର ପ୍ରତେକ ଘରେ ସଂଯୋଗ ହେବ ବିଶୁଦ୍ଧ ପାନୀୟ ଜଳ । ସ୍ଥାନୀୟ ଲୋକଙ୍କର ଦୀର୍ଘ ଦିନର ସ୍ଵପ୍ନ ପୂରଣ ହେବ । ଏଥିନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମାହାଙ୍ଗା ବାସୀ କୃତଜ୍ଞତା ଜଣାଇଛନ୍ତି । ଘରେ ଘରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦିଆଯିବ ବୋଲି ସରକାରଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଏହାର ସୁଫଳ ଲୋକଙ୍କ ପାଖରେ ପହଁଚିବା ଉପରେ ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଇ କଟକ ଜିଲ୍ଲା ମାହାଙ୍ଗାର ସର୍ବ ବୃହତ ପ୍ରକଳ୍ପ ନିର୍ମାଣକୁ ମିଳିଛି ସବୁଜ ସଂକେତ । ଏଭଳି ବୃହତ ପ୍ରକଳ୍ପ ମାହାଙ୍ଗାରେ ପ୍ରଥମ, ଯୋଉଠି ଖର୍ଚ୍ଚ ହେବ ୨୦୭ କୋଟି ଟଙ୍କା । ଯାହାକୁ ସଫଳ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏହି ମେଗା ପ୍ରକଳ୍ପ ନିର୍ମାଣ ହେଲେ ମାହାଙ୍ଗା ବ୍ଲକର ୩୭ଟି ପଞ୍ଚାୟତ ଓ ନିଶ୍ଚିନ୍ତକୋଇଲି ବ୍ଲକର ୬ ଟି ପଞ୍ଚାୟତ, ଏହିପରି ୪୩ ଟି ପଞ୍ଚାୟତରେ ଥିବା ୨୧୧ ଟି ରାଜସ୍ଵ ଗାଁରେ ପହଂଚିବ ପିଇବା ପାଣି । ଏବେ ବି’ ବହୁ ଗାଁ’ରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଖରାଦିନେ ନଈ ପୋଖରୀ ସବୁ ଶୁଖି ଯାଉଛି ।କୂଅ ଏବଂ ନଳକୂପରୁ ଜଳସ୍ତର ହ୍ରାସ ପାଉଛି । ଅଧିକାଂଶ ନଳକୂପରୁ ଖାରିଆ ପାଣିରୁ ଆଶ୍ଵସ୍ତି ପାଇବେ ଲୋକେ । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି ମାହାଙ୍ଗାବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More