ବୃଦ୍ଧି ପାଇବ ଶ୍ରୀ ମନ୍ଦିରର ଆୟ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବୃଦ୍ଧି ପାଇବ ଶ୍ରୀ ମନ୍ଦିରର ଆୟ l ଦାନ ବ୍ୟବସ୍ତାକୁ କରାଯାଇଛି ଶୃଙ୍ଖଳିତ l ଖାଲି ହୁଣ୍ଡିରେ ନୁହେଁ ଏବେ ଭକ୍ତ ମାନେ ସିଧା ସଳଖ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କୁ ଦେଇପାରିବେ ଦାନ l paytm ଓ ସ୍କାନ କୋଡ଼ ମାଧ୍ୟମରେ ଭକ୍ତ ମାନେ ଦାନ ଦେଇପାରିବାର ବ୍ୟବସ୍ତା କରିଛି ଶ୍ରୀ ମନ୍ଦିର ପ୍ରଶାସନ l ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପାଇଁ ୧୬କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକାଳ କରାଯାଇଥିବା ବେଳେ ସେବକ କଲ୍ୟାଣ ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି l ତେବେ ଚଳିତ ଆର୍ଥିକ ବର୍ଷରେ ୨୭୧ କୋଟି ୭ ଲକ୍ଷ ଟଙ୍କା ର ବଜେଟକୁ ଅନୁମୋଦନ ମିଳିଥିବାବେଳେ ୮ କୋଟି ଟଙ୍କା ର ବଳକା ବଜେଟ ହୋଇଛି l ଶ୍ରୀ ମନ୍ଦିର ପରିଚାଳନା କମିଟି ର ଅଧକ୍ଷ ଗଜପତି ମହାରାଜା ଙ୍କ ଅଧକ୍ଷତରେ ବୈଠକରେ ବଜେଟ କୁ ନେଇ ହୋଇଥିଲା ଆଲୋଚନା l ପୂର୍ବରୁ ଏହା ୨୬୨ କୋଟି ୫୪ ଲକ୍ଷ ରହିଥିବାବେଳେ ରାଜ୍ୟ ସରକାରଙ୍କୁ ଆଉ ୮ କୋଟି ଟଙ୍କା ର ଅନୁଦାନ ମଗାଗଲା ଏବଂ ସମୁଦାୟ ବଜେଟ ୨୭୧ କୋଟି ଟଙ୍କା କରାଯାଇଛି l ଆଉ ଏଥିରେ ହୁଣ୍ଡୀ ଓ ଦାନ ରୁ ଆୟ ୩୬ କୋଟି ୩୯ ଲକ୍ଷ ବିବିର୍ଣ୍ଣ ଫଣ୍ଡ ର ସୁଧ ହାର 60କୋଟି ଜମି ବିକ୍ରି ବାବଦରେ 50କୋଟି ଭକ୍ତ ନିବାସ ର ଆୟ 10କୋଟି ଟଙ୍କା ମିଳିଛି l ତେବେ ଚଳିତ ବର୍ଷ ବଳକା ବଜେଟ ହୋଇଥିବାରୁ ବୈଠକରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଶାସକ l ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗଜପତି ମହାରାଜ l ପରିଚଳାନା କମିଟି ବୈଠକରେ ଠିକା ସଂସ୍ଥା ଟାଟା କୁ ଡକାଯାଇ କାର୍ଯ୍ୟରେ ସମୀକ୍ଷା କରାଯାଇଥିଲା l ଜୁନ ୧୫ ତାରିଖ ସୁଦ୍ଧା ବାହ୍ୟ ପ୍ରଦକ୍ଷଣ ମାର୍ଗ ଶେଷ କରି ଲୋକଙ୍କ ଚଳ ପ୍ରଚଳନ ପାଇଁ ଉନ୍ମୁକ୍ତ କରିବାପାଇଁ ନିର୍ଦ୍ଧେଶ ଦିଆଯାଇଥିଲା l ସେପଟେ ସ୍ନାନ ପୁର୍ଣିମାରେ ସେବାୟତଙ୍କ ମଧ୍ୟରେ ସମୋନ୍ୱୟର ଅଭାବ ଯୋଗୁଁ ନୀତି ବିଶୃଙ୍ଖଳା ହୋଇଥିଲା l ତେଣୁ ରଥଯାତ୍ରାରେ ଯେଭଳି ଉତ୍ତମ ସମୋନ୍ୱୟ ରଖି ନୀତି ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ଏ ନେଇ ପରିଚାଳନା କମିଟି ବୈଠକରେ ନୀତି ଓ ବ୍ୟବସ୍ତା ବଳିକୁ ଚୂଡାନ୍ତ ଅନୁମୋଦନ କରାଯାଇଛି ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରଥ ଯାତ୍ରା ପୂର୍ବରୁ ଶେଷ ନ ହେଲେ ଏହା ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More