ବୃଦ୍ଧଙ୍କ ଆତ୍ମହତ୍ୟା

11

Get real time updates directly on you device, subscribe now.

ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମରେ ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଧନସରା ଗ୍ରାମର ଜଗନ୍ନାଥ ଶବର(୭୦) ରବିବାର ରାତିରେ ଖାଇ ସାରି ଶୋଇଥିଲା | ପରିବାର ଲୋକ ମଧ୍ୟ ରାତ୍ର ଭୋଜନ ସାରି ଶୋଇଥିଲେ | ରାତ୍ର ପ୍ରାୟ ୧୨ ଘ. ସମୟରେ ଜଗନ୍ନାଥ ଅସ୍ତବ୍ୟସ୍ତ ହୋଇ ବାନ୍ତି କରିଥିଲେ | ପରିବାର ଲୋକେ ଶବ୍ଦ ଶୁଣି ଉଠି ଦେଖିଥିଲେ ଯେ ଜଗନ୍ନାଥ ଅସ୍ତବ୍ୟସ୍ତ ହେଉଛନ୍ତି | ଜାଣିବାକୁ ପାଇଥିଲେ ଜଗନ୍ନାଥ କୌଣସି ବିଷାକ୍ତ ଦ୍ରବ୍ୟ ଖାଇଦେଇଛନ୍ତି | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା | ରାତ୍ର ପ୍ରାୟ ୧.୩୦ ଘ. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିଲା | ଏନେଇ ତାଙ୍କ ପୁଅ ରାମନାଥ ଶବର ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରୁ ଜି ବିନୋଦ କୁମାରଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More