ବୃତ୍ତି ମୋ ପୋଷେ କୁଟମ୍ବ

30

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କନ୍ତିମିଲି ଗ୍ରା.ପ ଅନ୍ତର୍ଗତ ଝାରବେଡା ଗ୍ରାମରେ ବହୁଦିନ ଧରି କାରିଗର ସାହିରେ କାରିଗର ମାନେ କାଠରେ ମୂର୍ତ୍ତି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ତମାନ ପରିସ୍ଥିତି ଏମିତି ଯେ କାରିଗରି ପେଷାରୁ ପରିବାର ଚଳାଇବା କଷ୍ଟ ହୋଇଗଲାଣି । ଏହି ଗ୍ରାମର ପ୍ରତ୍ୟେକଟି ପରିବାର ଜଙ୍ଗଲରୁ କାଠ ସଂଗ୍ରହ କରି ଛୋଟବଡ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ହାତୀ ବିଭିନ୍ନ କଣ୍ଢେଇ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ଜଙ୍ଗଲ ରୁ କାଠ ସଂଗ୍ରହ କରି ଆଣିବା ବେଳେ ବନ ବିଭାଗ କର୍ମଚାରୀଙ୍ଗ ଦ୍ବାରା ବହୁବାର ଦଣ୍ଡିତ ହୋଇଛନ୍ତି । ସେମାନେ ସରକାରଙ୍କୁ ଅନୁରୋଧ ରଖିଛନ୍ତି ସରକାର ଜଦି ଏ ଦିଗ ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସୁଲଭ ମୂଲ୍ୟରେ କାଠ ଯୋଗାଇ ଦେବେ,ଉପଯୁକ୍ତ ତାଲିମ ପ୍ରଦାନ ର ବ୍ୟବସ୍ଥା କରିବା ସହ ସେମାନ ଙ୍କ ଦ୍ବାରା ପ୍ରସ୍ତୁତ ମୂର୍ତ୍ତି ଗୁଡିକ ସେମାନଙ୍କ ପାଖରୁ ଉଚିତ ଦର ରେ କିଣି ନିଅନ୍ତେ ତେବେ ଅନେକ ଅସୁବିଧା ଦୂର ହୋଇପାରନ୍ତା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More