ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

11

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ବୀର ହରେକୃଷ୍ଣ ପୁରୁ ସ୍ଥିତ ରାହାଙ୍ଗିରିଆ ଠାରେ ଥିବା ବୁଦ୍ଧେସ୍ଵର ମହାଦେବଙ୍କ ପ୍ରାଙ୍ଗଣରେ ରୁଦ୍ର ସେନା ନାରୀ ଶକ୍ତି ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଉତ୍ତର ଭୋଇ ସାହି ଠାରେ ଛୋଟ ଛୋଟ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୁଦ୍ର ସେନାର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୀବ ମିଶ୍ର, ନାରୀଶକ୍ତିର ରାଷ୍ଟ୍ରୀୟ ସଚିବ ଶ୍ରୀମତୀ ଦେବାଶିଷା ମିଶ୍ର, ପୁରୀ ଜିଲ୍ଲା ସଚିବ ନିହାରିକା ତ୍ରିପାଠୀ, ରାଜ୍ୟ ଆଇଟି ସେଲ ମୁଖ୍ୟ ଦିବ୍ୟ ରଞ୍ଜନ ସେଠି, ସାହିଭାଇ ଅନୁଷ୍ଠାନର ସମ୍ପାଦକ୍ ଚନ୍ଦ୍ରଶେଖର ମିଶ୍ର , ନାରାୟଣ ଦାସ ଏବଂ ଜନ ଜାଗରଣ ମଞ୍ଚର ଆବାହକ ଜ୍ୟୋତି ରଞ୍ଜନ ନାୟକ, ପ୍ରକୃତି ପ୍ରେମୀ ବିଚିତ୍ର ପ୍ରଧାନ ଅତିଥି ରୂପେ ଯୋଗେ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରୁଦ୍ର ସୈନିକ ଦେବେନ୍ଦ୍ର ସୁବୁଦ୍ଧି, ମନୋଜ ବଳିୟାର ସିଂ, ମହେଶ ଓ ଅଭିଷେକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିଭାଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଜନ ଜାଗରଣ ମଞ୍ଚର କୋଷାଧ୍ୟକ୍ଷ ସନ୍ତୋଷ ସେନାପତି ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଜୟ ପ୍ରଧାନ, ଯୁବ ଟୁଇଟର ମାଷ୍ଟର ଦେବରାଜ ଦାସ ଓ କୁନି ପ୍ରକୃତି ପ୍ରେମୀ ମୌସୁମୀ ବଳିୟାର ସିଂ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More