ବୃକ୍ଷରୋପଣ ଓ ସାମାଜିକ ସେବା କାଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ) :ବୃକ୍ଷ ହିଁ ଜୀବନ ।ଏହି ଉକ୍ତିଟି କେତେ ମହାମନିଷ କହିଯାଇଛନ୍ତି ଓ ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣିତ ଅଛି ।ଏହାକୁ ଆଜି ପ୍ରମାଣିତ କରିଛନ୍ତି ଟାଙ୍ଗୀ ସାଲେପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମହୋଦୟ । ପ୍ରତେକ ଥର ବିଜୁ ଜନତା ଦଳର ବର୍ଷ ପୂର୍ତି ଅବସର ରେ କିଛି ନା କିଛି ଭଲ କାଯ୍ୟକ୍ରମ ହୋଇଥାଏ ।ସେହିଭଳି ଆଜି ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ବୃକ୍ଷରୋପଣ ଓ ସାମାଜିକ ସେବା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଯୋଗଦାନ କରି ବୃକ୍ଷରୋପଣ ଏକ ମହତ କାଯ୍ୟ ଓ ଏହାର ମହତ୍ତ୍ୱ ବିଷୟରେ ବୁଝାଇଥିଲେ ।ଶେଷରେ ନିଜ ହାତରେ ବୃକ୍ଷରୋପଣ କରି ସାମାଜିକ ସେବାର ବାର୍ତ୍ତା ମଧ୍ୟ ଜନ ସାଧାରଣଙ୍କୁ ଦେଇଥିଲେ ।ଏହି କାଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା,ବ୍ଲକ ଚେୟାରମ୍ୟାନ ରାମଚନ୍ଦ୍ର ଭୋଇ ,ଭାଇସ୍ ଚେୟାର ମ୍ୟାନ,ସେବା ସମବାୟ ର ସମସ୍ତ ସଭାପତି,ପ୍ରତେକ ପଞ୍ଚାୟତର ସରପଞ୍ଚ ଓ ବିଜୁ ଜନତା ଦଳର କରମକରତା ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More