ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ବୌଦ୍ଧ ସହରରେ ବୁଲୁ ଥିବା ଗାଈ ଗୋରୁଙ୍କୁ ଥଇଥାନ କରିବା ପାଇଁ ଚୁକ୍ତିନାମା ସ୍ଵାକ୍ଷର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ,ବୌଦ୍ଧ ଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥ ଉପସ୍ଥିତ ହୋଇ ସ୍ଵାକ୍ଷର କରିଛନ୍ତି l ସାକ୍ଷୀ ଭାବେ ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼,ଏନ. ଏ. ସି କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ କୁମାର ନାଏକ ଓ ସହକାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ନିରୋଦ ଚନ୍ଦ୍ର କଂହର ଉପସ୍ଥିତ ଥିଲେ l ମାହେଶ୍ୱରୀ ଗୋଶାଳାରେ ସର୍ବାଧିକ 150 ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଗୁହାଳ ଘର, ଘାସ ଚାଷ, ପାନୀୟ ଜଳ ସୁବିଧା, ଆଲୋକୀକରଣ ବ୍ୟବସ୍ଥା ସରକାରୀ ସ୍ତରରେ ଖୁବ କମ ଦିନରେ କରିବା ପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାର ପ୍ରତିଶୃତି ଦେଇଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।