ବୁଧବାରରୁ ଦୈନିକ ଚାଲିବ ଭୁବନେଶ୍ଵର-ନୂଆଦିଲ୍ଲୀ ସ୍ଵତନ୍ତ୍ର ଟ୍ରେନ୍

18

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଥିବା ବେଳେ ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ। ଆସନ୍ତା ୧୩ ତାରିଖରୁ ଭୁବନେଶ୍ବର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ ପଟୁ ୧୪ ତାରିଖରେ ସ୍ବତନ୍ତ୍ର ଟ୍ରେନ୍ ଦୈନିକ ଯାତ୍ରା କରିବ। ଆଜି ଠାରୁ ଅନ୍‌ଲାଇନ୍‌ରେ ଟିକଟ ବୁକିଂ ଆରମ୍ଭ ହୋଇଛି।ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବାକୁ ଥିବା ସମ୍ପୂର୍ଣ୍ଣ ବାତାନୁକୂଳିତ ଟ୍ରେନ୍‌ରେ ସମୁଦାୟ ୧୭ଟି କୋଚ୍ ରହିବ। ବାତାକୂଳିତ ଟ୍ରେନ୍ ହେଲେ ବି ଏହାର ଭଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଭଡ଼ା ସହ ସମାନ ରହିବ। ୩ ଏ, ୨ଏସି, ଫାଷ୍ଟ ଏସି କୋଚ୍‌ରେ ଯାତ୍ରାର ସୁଯୋଗ ମିଳିବ। ଉଭୟ ପଟୁ ଯାତ୍ରା ସମୟରେ ଏହି ଟ୍ରେନ୍ ବାଲେଶ୍ବର, ହିଜିଳି (ଖଡ଼ଗପୁର), ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଂସନ୍ ଓ କାନପୁର ସେଣ୍ଟ୍ରାଲ୍‌ ଷ୍ଟେସନ୍‌ରେ ରହଣି କରିବ। ଯାତ୍ରାର ଅତିବେଶିରେ ୭ ଦିନ ପୂର୍ବରୁ କେବଳ ଆଇଆରସିଟି ୱେବ୍ ସାଇଟ୍‌ରୁ ଆଗୁଆ ଟିକଟ ବୁକ୍ କରାଯାଇପାରିବ ଏବଂ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ସେହି ଅନ୍‌ଲାଇନ୍‌ ମାଧ୍ୟମରେ ଟିକଟ ବାତିଲ କରାଯାଇପାରିବ। ଟିକଟ ବାତିଲ କଲେ ୫୦% ମୂଲ୍ୟ କଟାଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More