ବୁଦ୍ଧିଯିବି ମଞ୍ଚ ଓ ରମ୍ଭା ଅଞ୍ଚଳ ବୁଦ୍ଧିଯିବି ମଞ୍ଚର ମିଳିତ ଆନୁକୂଲ୍ୟରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

40

Get real time updates directly on you device, subscribe now.

ଆନୁକୂଲ୍ୟରେ ଗଞ୍ଜାମ ( ସଂଘର୍ଷ ମିଡିଆ ) : ଗଞ୍ଜାମ ବ୍ଲକ ବୁଦ୍ଧିଯିବି ମଞ୍ଚ ଓ ରମ୍ଭା ଅଞ୍ଚଳ ବୁଦ୍ଧିଯିବି ମଞ୍ଚର ମିଳିତ ଆନୁକୂଲ୍ୟରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରେ ଅବସର ନେଇଥିବା ଗଞ୍ଜାମ ବିଇଓ, ବନ୍ୟପ୍ରାଣୀ ବନ୍ୟରେଞ୍ଜ ଅଧିକାରୀ, ରମ୍ଭା ବାଳକ ଉଚ୍ଚ ବିଦ୍ୟାଳୟ ପ୍ରାଧନ ଶିକ୍ଷକଙ୍କ କର୍ମିମୟ ଜୀବନ ଅବସରରେ ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟ, ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଶିକ୍ଷା ଗୋଷ୍ଟି ଅଧିକାରୀ ବିଜୟ କୁମାର ବେହେରା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ପୂର୍ବତନ ସରପଞ୍ଚ କେଦାର ସ୍ବାଇଁ, ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ନାହାକଙ୍କ ଅଧ୍ୟକ୍ଷତାରେ ଏହି ଅବସର କାଳୀନ ସଭାରେ ଗଞ୍ଜାମ ଗୋଷ୍ଟି ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡେଇ, ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନଗେନ କୁମାର ପଣ୍ଡା, ରମ୍ଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସ୍ବରୂପ ମାନପତ୍ର, ଉପଢୌକନ, ଗୀତାଗ୍ରନ୍ଥ, ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ଡ଼. ଶଙ୍କର ନାରାୟଣ ବେଜ ପ୍ରଦାନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଅଭିରାମ ବେହେରା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସିଆରସିସି ନିରଞ୍ଜନ ମହାପାତ୍ର, ବିପ୍ରଚରଣ ସାହୁ, ସିଆରସିସି ରବୀନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଲେଇ, ଶକ୍ତିପ୍ରସାଦ ମହାପାତ୍ର,ବାସନ୍ତୀ ସ୍ବାଇଁ, ସୁନିଲ କୁମାର ବେହେରା, ଆର୍ତ୍ତଚରଣ ବେହେରା, ସେଶଦେବ ପ୍ରଧାନ ପ୍ରମୁଖଙ୍କ ସମେତ ବିଭିନ୍ନ ହାଇସ୍କୁଲର ପ୍ରଧାନ ଶିକ୍ଷକ, ପ୍ରାଥମିକ ସ୍କୁଲର ଶିକ୍ଷକ, ସିଆରସିସି, ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ସୁବଳୟା ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ଏବଂ ଏଠି କରନା କୁ ମାତ୍ ଦେଇ କିଭଳି ଭାବରେ ଜୀବନ ଜୀବିକା ଉପରେ ଚଳ ପ୍ରଚଳନ କରାଯିବ ତାହା ଏଠି ଉଲେଖ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More