ବୁଥ ସ୍ତରୀୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ

17

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ ( ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଘରକୁ ଘର ଯାଇ ଭୋଟର ମାନଙ୍କ ଭୋଟର ତାଲିକା ଯାଞ୍ଚ କରାଯାଉଛି | ବୁଥ ସ୍ତରୀୟ ଅଧିକାରୀ ମାନେ ବିଏଲଓ ଆପ ମାଧ୍ୟମରେ ମୋବାଇଲରେ ଏହି ସର୍ଭେ କରୁଛନ୍ତି | ଏହି ସର୍ଭେର ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲାl | ଏହି ବୈଠକରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସୁପରଭାଇଜର ଧନସିଂ ତନ୍ତୀ, ରତିକାନ୍ତ ନାୟକ, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ସମେତ ବ୍ଲକ ର ୫୪ ଟି ବୁଥର ୫୪ ଜଣ ବୁଥ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଳକ ପ୍ରତିନିଧି ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More