ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ସହର ସ୍ଥିତ ବୁଟୁପାଲି ସୁଧାର ଗୃହ ପରିଦର୍ଶନ କରିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା l ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ , ଅନ୍ତେବାସୀଙ୍କୁ ସ୍ୱଭାଲମ୍ବୀ କରିବା ପାଇଁ ବୃତ୍ତିଗତ ତାଲିମ ନିମନ୍ତେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ହରଭଙ୍ଗା ସିଡିପିଓ ନିରୂପମା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ,ଶ୍ରୀମତୀ ସରସୀ ପଣ୍ଡା,ପ୍ରଗ୍ରାମ ଅଫିସର ଶ୍ରୀମତୀ ଶର୍ମିଷ୍ଠା ହୋତା, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ପତି, ଡି ପି ଏଚ ଓ ଡା ପ୍ରଦୋଷ କୁମାର ମହାପାତ୍ର ,ଡି ଏସ ପି,ଡି ଆଇ ବି ପୋଲିସ ସାଲେଷ୍ଟିଙ୍ଗ ତିଗା ,ମେଡ଼ିକାଲ ଟିମ ଉତ୍ପଲ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାହୁ ଓ ଶୈଳଵାଲା ସ୍ୱାଇଁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଏବଂ ସ୍ବଧାରଗୃହର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l