ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : – ଆଜି ଠାରୁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡ଼ା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳୁ ଆରମ୍ଭ ହଲା ବଳଦେବ ବେଦବାକ ଙ୍କ ପରିବର୍ତ୍ତନ ଯାତ୍ରା। ଉଲୁଣ୍ଡା ବ୍ଲକର ତିକୁଡ଼ା, ପଣ୍ଡାଫାଳ ଓ ଘମଡିଆପାଲି ଆଦି ଗ୍ରାମକୁ ପରିବର୍ତ୍ତନ ଯାତ୍ରା ବାହାରିଥିଲା । ଏହି ଯାତ୍ରାରେ ଜନସାଧାରଣ ବିଶେଷ ଭାବରେ କୃଷକ ଶ୍ରମିକ ମାଁ ଓ ମାଉସୀ ମାନେ ସ୍ୱତଃ ଯୋଗଦେଇ ନିଜ ନିଜର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି , ପିଇବା ପାଣି ର ଘୋର ଅଭାବ, ଟାଟା ପାୱାରର ଅତ୍ୟାଚାର, କିଡିନି ରୋଗୀଙ୍କ ସମସ୍ୟା, ଦାଦନ ସମସ୍ୟା, ଜଳସେଚନର ଅଭାବ, ସ୍କୁଲରେ ଶିକ୍ଷକଙ୍କର ଅଭାବ, ଇତ୍ୟାଦି ପ୍ରସଙ୍ଗରେ ଅଭିଯୋଗ ମାନ ରଖିଥିଲେ। ତୁରନ୍ତ ଉକ୍ତ ପ୍ରସଙ୍ଗ ଉପରେ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବାକୁ ଶ୍ରୀ ବେଦବାକ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାସହ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଅସୁବିଧା ସବୁକୁ ସେହି ଗ୍ରାମରୁ ହିଁ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି କିଛି ର ସମାଧାନ ହୋଇପାରିଥିଲା ଯାହାକି ଉପସ୍ଥିତ ଗ୍ରାମବାସୀମାନେ ଖୁବ୍ ଉତ୍ସାହିତ ହୋଇଥିଲେ। ଆଜିର ଯାତ୍ରାରେ ଯୁବନେତା ସନତ କୁମାର ହୋତା, ସୁରେଶ ପାତ୍ର, ମନୋରଞ୍ଜନ ପଧାନ, ରବି ପୋଢ଼, କେଶବ ସାହୁ, ବିଭୁଦତ୍ତ ମହାପାତ୍ର, ବାପି ଦାଶ,ଛବି ମେହେର,ସଂଜୀବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନୀଉଜ୍ ।