ବିଷ ଖାଇ ମରିଗଲେ ଏଗାର ମେଣ୍ଢା                 ***

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା   ଡାବୁଗାଁ ବ୍ଲକ ଉମରାହାଣ୍ଡି ଗ୍ରାମରେ ଗତକାଲି ରାତିରେ ଏକ ସଙ୍ଗେ ଗୋଟିଏ ଘରର ଏଗାରଟି  ମେଣ୍ଢା ମରିଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଉମରାହାଣ୍ଡି ଗ୍ରାମର ମନ ଭାତ୍ରାଙ୍କ ମେଣ୍ଢା ଚରାଇବା ପାଇଁ ନିକଟସ୍ଥ ଖୋଲା ଜାଗାକୁ ନିଆଯାଇଥିଲା । ଆଜିକାଲି ଚାଷ ସମୟ ହୋଇଥିବାରୁ ପ୍ରାୟ ଅଧିକାଂଶ ଜମିରେ ଚାଷ କରାଯାଇଛି । ଚାଷ ଜମିରେ କୀଟନାଶକ ପ୍ରୟୋଗ କରାଯାଇଛି । ମେଣ୍ଢା ଚରାଇ ଘରକୁ ଫେରିଆସିବା ସମୟରେ ଗୋଟିଏ ଗୋଟିଏ ମେଣ୍ଢା ଛଟପଟ ହୋଇ ମାରିବା ଆରମ୍ଭ ହେଲା । କିଛି ସମୟପରେ ଦେଖୁ ଦେଖୁ ମୋଟ ଏଗାରଟି ମେଣ୍ଢା ଛଟପଟ ହୋଇ ମରିଯାଇଥିଲେ । ଏଥିରେ ଆଚମ୍ବିତ ହୋଇ ମନ ଭତ୍ରl ଡାବୁଗାଁ ପ୍ରାଣୀ ଚିକିତ୍ସାଳୟ ରେ ଯୋଗାଯୋଗ କଲା । ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ଆସି ସମସ୍ତ ମେଣ୍ଢାକୁ ମୃତ ଘୋଷଣା କରିଥିଲେ। ଏତେ କଷ୍ଟରେ ବଢ଼ାଇଥିବା ମେଣ୍ଢା ଗୁଡ଼ିକ ମରିଥିବା ଦେଖି ମନ ଭତ୍ରା ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ମନ ଭତ୍ରା ଘରକୁ ଯାଇ ମେଣ୍ଢା ଗୁଡ଼ିକର ବୀମା ହୋଇନଥିବାରୁ କୌଣସି କ୍ଷତିପୂରଣ ମିଳିବନାହିଁ ବୋଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସକ  ଜଣାଇଥିଲେ । କିଛି ଅନୁକମ୍ପା ରାଶି ପ୍ରଦାନ କଲେ ପୀଡ଼ିତ ପରିବାରଙ୍କୁ ସହାୟତା ହେଵ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More