ବିଷାକ୍ତ ସର୍ପଦଂଶନରେ ଯୁବକ ମୃତ,ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

13

Get real time updates directly on you device, subscribe now.

ନବରଙ୍ଗପୁର,୬/୯(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମ ର ଅନ୍ତରାମ ହରିଜନ( ୪୨ ) ସବୁଦିନ ଭଳି ଗତ କାଲି ମଧ୍ୟ ନବରଙ୍ଗପୁର ମାଁ ଭଣ୍ଡାର ଘରଣି ଗ୍ୟାସ୍ ରୁ ଗ୍ୟାସ ଆଣି ଘରକୁ ଘର ଯୋଗାଇ ଦେଇ ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ। ରାତ୍ର ସମୟରେ ଖାଇ ପିଇ ଶୋଇଥିବା ସମୟରେ ଏକ ବିଷାକ୍ତ ସର୍ପ ଢାହାଣ ହାତରେ ଦଂଶନ କରିଥିବା ପରିବାର ଅଭିଯୋଗ କରିଛନ୍ତି।ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ, ସାହି ପଡୋଶୀ ଆସି ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ଯୋଗେ ନେଇ ଭର୍ତ୍ତି କରିଥିଲେ।ସେଠାରେ ଡକ୍ଟର ଦେଖିବା ପରେ ତୁରନ୍ତ କୋରାପୁଟ ସହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲକୁ ନେବାକୁ ରେଫର କରିଥିଲେ।ନବରଙ୍ଗପୁର ଠାରୁ ବୋରିଗୁମ୍ମା ଯିବା ସମୟରେ, କିଛି ସମୟ ଚିତ୍କାର କରି ଅନ୍ତରାମ ଙ୍କ ବୋରିଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ନେବା ଆଗରୁ ପ୍ରାଣବାୟୁ ଚାଲିଯାଇଥିଲା।ଆଜି ବୋରିଗୁମ୍ମା ରେ ଶବ ବ୍ୟବଛେଦ ହେବା ପରେ ପରିବାର କୁ ହସ୍ତାନ୍ତର କରି ଜାଇ ଥିଲା।ଗ୍ରାମରେ କାନ୍ଦ ବୋବାଳିରେ ଶବ ସଂସ୍କାର କରାଯାଇଛି।ସେ ପରିବାର ର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ନିଜ ସ୍ଵାମୀ ଙ୍କୁ ହରାଇ ସ୍ତ୍ରୀ ଫୁଲମତି ହରିଜନ ଚିନ୍ତାରେ ପଡ଼ି ଯାଇଛନ୍ତି । କେମିତି ୨ପୁଅ ମଧ୍ୟରୁ ବଡ଼ ପୁଅ ବିଜୟ ହରିଜନ ୮ମ ଶ୍ରେଣୀ ପଡ଼ୁଥିବା ବେଳେ, ସାନ ପୁଅ ସସ୍ମିତ ହରିଜନ ୪ର୍ଥ ଶ୍ରେଣୀ ରେ ପଡୁଛି। ଗୋଟିଏ ସାନ ଝଅ ଅଛି, ଏମାନଙ୍କ ସାହାରା ହେବ କିଏ? ୪ପ୍ରାଣୀ କୁଟୁମ୍ବ ବର୍ତମାନ ଅସହାୟ ଅବସ୍ଥାରେ ରହିଛନ୍ତି। ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଗରିବ ପରିବାର ପ୍ରତି ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ବିଭାଗ ଅଧିକାରୀ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଏ ନେଇ ନବରଙ୍ଗପୁର ତହସିଲଦାର ଙ୍କ ସହିତ ଯୋଗାଯୋଗ କରିବାରୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More