ବିଷଧର ନାଗସାପ କାମୁଡ଼ାରେ ମହିଳା ଗୁରୁତର

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ବଙ୍କା ସାହିର ଦେବକୀ ମାଝୀ (୬୫) ଘରେ ଶୋଇଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କ ଡାହାଣ ଗୋଡ଼ରେ ଚୋଟ ମାରିଥିଲା | ଏହାଜାଣି ମହିଳା ପାଟିକରିବାରୁ ପଡିଶା ଘର ମହମ୍ମଦ ୟାସିନ ତୁରନ୍ତ ତାଙ୍କୁ ନିଜ ବାଇକରେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି | ଏହାପରେ ଡ଼. ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ | ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ସୂଚନା ମିଳିଛି | ମହମ୍ମଦ ୟାସିନଙ୍କ ଏହି ମହାନ କାର୍ଯ୍ୟପାଇଁ ଜନ ସାଧାରଣରେ ତାଙ୍କୁ ସାଧୁବାଦର ଶୁଭେଚ୍ଛା ଛୁଟିଛି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More