ବରୀ(ସଂଘର୍ଷ ମିଡିଆ ) : ବରୀ ଅରଙ୍ଗାବାଦ ଚତର ଠାରେ ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନର ଜନକ ଡାକ୍ତର ସି ଫ୍ରେଡରିକ୍ ସାମୁଏଲ୍ ହ୍ୟାନିମ୍ୟାନଙ୍କ ୨୬୮ତମ ଜୟନ୍ତୀ ପାଳିତ ହୋଇଯାଇଛି ବରୀ ଅଞ୍ଚଳର ଅଗ୍ରଣୀ ହୋମିଓପ୍ୟାଥିକ ସେବା ପ୍ରତିଷ୍ଠାନ “କମଳା ହୋମିଓ ସେବା ସଦନ” ଏବଂ ଯୁଧିଷ୍ଠିର ତ୍ରିପାଠୀ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଜୟନ୍ତୀ କାର୍ଯ୍ୟକ୍ରମ ଟି ମହାସମାରୋହ ରେ ପାଳିତ ହୋଇଯାଇଛି ଏହି ସମାରୋହ କୁ ବରିଷ୍ଠ ସମାଜସେବୀ ତଥା ପୂର୍ବତନ ସେନା କର୍ମଚାରୀ ମଦନମୋହନ ପତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ପ୍ରଥମେ ହ୍ୟାନିମ୍ୟାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏହି ଅବସରରେ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶଙ୍କ ସଭାପତିତ୍ୱରେ ଆଜିର ହୋମିଓପ୍ୟାଥିକ ଓ ଡଃ ସାମୁଏଲ୍ ହ୍ୟାନିମ୍ୟାନଙ୍କ ଜୀବନୀ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏହି ଆଲୋଚନା ଚକ୍ର ରେ ଭାଗନେଇ ସମାରୋହର ଆବାହକ ଯୁବ ସମାଜସେବୀ ଡ଼ ବିଶ୍ଵନାଥ ତ୍ରିପାଠୀ ବିଶ୍ୱ ସମୁଦାୟ ପାଇଁ ସାମୁଏଲ୍ ହ୍ୟାନିମ୍ୟାନଙ୍କ ଅବଦାନ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ହୋମିଓପ୍ୟାଥିକ ପ୍ରୟୋଗ ଏବଂ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ସଭାପତି ଶ୍ରୀ ଦାଶ ଆଧ୍ୟାତ୍ମିକତା,ସରଳ ଜୀବନ ଶୈଳୀ ଏବଂ ହୋମିଓପ୍ୟାଥିକ ପ୍ରୟୋଗ କେଉଁଭଳି ଭାବେ ସର୍ବକାଳୀନ ନିରାମୟତା ସୃଷ୍ଟି କରେ ତାହା ବର୍ଣ୍ଣନା କରିଥିଲେ ସମ୍ମାନୀୟ ଅତିଥିଭାବେ ସ୍ତମ୍ଭକାର ଅମୁଲ୍ୟ କୁମାର ପଣ୍ଡା,ଯୁବ ସାମ୍ବାଦିକ ବିଶ୍ୱଭୂଷଣ ଜେନା,ଅଜୟ କୁମାର ସାହୁ, ଭୂପତି ମଲ୍ଲିକ, ଯୋଗଦେଇ ଅତିଥିମାନେ ସାମ୍ପ୍ରତିକ ବ୍ୟୟ ବହୁଳ ଚିକିତ୍ସା ବ୍ୟବସ୍ଥା ତୁଳନାରେ ହୋମିଓପ୍ୟାଥିକ କେଉଁଭଳି ସାଧାରଣ ଲୋକଙ୍କ ଆଦରଣୀୟତା ବଢ଼ାଉଛି ସେ ବିଷୟରେ ଅତିଥିମାନେ ବକ୍ତବ୍ୟ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଚିତ୍ତ ରଞ୍ଜନ ପାଢ଼ୀ, କ୍ଷୀରୋଦ ନାଥଶର୍ମା, ହରପ୍ରସାଦ ପଣ୍ଡା,ପଙ୍କଜିନୀ ଉପାଧ୍ୟାୟ, ସ୍ୱୟଂ ସମ୍ପୂର୍ଣ୍ଣା ତ୍ରିପାଠୀ, ସାମ୍ବାଦିକ ରାଜ୍ କୁମାର ମହାନ୍ତି,ସାଗର ବେହୁରିଆ, ପ୍ରଦୀପ ମହାରଣା,କାହ୍ନୁ ଚରଣ ନାୟକ,ପ୍ରତିଭା ତ୍ରିପାଠୀ,ଭକ୍ତହରି ପଣ୍ଡା,ସମାଜସେବୀ ପ୍ରସନ୍ନ ପରିଡ଼ା, ବିବେକାନନ୍ଦ ନାଥ,ଚିନ୍ମୟୀ ନାଥ,ଟ୍ରଷ୍ଟ ର ଅଧ୍ୟକ୍ଷା ଚଞ୍ଚଳା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ସଞ୍ଜୟ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।