ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ନେହେରୁ ଯୁବ କେନ୍ଦ୍ର ଓ ପ୍ରଫୁଲ୍ଲ ପାଠାଗାର ଓଡିଶାଗଡ଼ ମିଳିତ ସହଯୋଗରେ ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ସଚେତନତା ସାଇକେଲ ଶୋଭା ଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ସାଇକେଲ ସଚେତନତା ରାଲିର ଶୁଭଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥିଭାବେ ନେହେରୁ ଯୁବ ସଂଗଠନର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲା,ପ୍ରଫୁଲ୍ଲ ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ,ଉପଦେଷ୍ଟା ଵିଜୟ କୁମାର ପତି, ସତ୍ୟବାଦୀ ଦାସ ଯୋଗଦେଇ ଶାରିରୀକ ସୁସ୍ଥତା, ପରିବେଶ ସନ୍ତୁଳନ ଓ ଆର୍ଥିକ ଅଭିବୃଦ୍ଧି ରେ ସାଇକେଲ ଚାଳନାର ଉପାଦେୟତା ଉପରେ ଆଲୋକପାତ କରିଥିଲେ।ଶେଷରେ ଅତିଥି ମାନଙ୍କ ଦ୍ୱାରା ସାଇକେଲ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବାଳକ ବାଳିକା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।