ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ବକ୍ତୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ବକ୍ତୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉପ ନିର୍ଦେଶକ ତଥା ଉପ ସଚିବ ସୁଜାତା ପଟ୍ଟନାୟକ ଙ୍କ ତତ୍ୱବାଧାନରେ ସ୍ଥାନୀୟ ଶ୍ରୀ କୃଷ୍ଣ ଏକାଡେମୀ ପରିସରରେ ଜିଲା ସ୍ତରୀୟ କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଂଜନ କୁମାର ଦାଶ, ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ନିରଞ୍ଜନ ବାରିକ, ବିପିନ ସେଠୀ, ପ୍ରମୂଖ ଯୋଗଦେଇ ଥିଲେ।ବିଚାରକ ଭାବେ ଜ୍ୟାତ୍ରିମୟୀ ମହାନ୍ତି, ଉମାକାନ୍ତ ନାୟକ, କୁଇଜ ମାଷ୍ଟର ପ୍ରଦୀପ୍ତ କିଶୋର ଚୌଧୁରୀ ଉପସ୍ଥିତ ରହି କୁଇଜ ଓ ବକ୍ତୃତା ର ଫଳାଫଳ ଘୋଷଣା କରିଥିଲେ। ଜିଲା ସ୍ତରୀୟ ମହାବିଦ୍ୟାଳୟ କୁଇଜ ପ୍ରତିଯୋଗିତାରେ ଏସଭିଏମ କଲେଜର ଛାତ୍ରୀ ପୁଷ୍ପାଞ୍ଜଳି ପ୍ରଧାନ ପ୍ରଥମ ସ୍ଥାନ, ଏସଭିଏମ କଲେଜର ଶୁଭ୍ର ଜ୍ୟୋତି ନନ୍ଦ ଦ୍ୱିତୀୟ, ସିଧେଶ୍ୱର ସଂସ୍କୃତ ମହାବିଦ୍ୟାଳୟର ଛାତ୍ରୀ ଅମ୍ରିତା ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିଭଳି ଭାବରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଗାୟତ୍ରୀ ମିଶ୍ର ପ୍ରଥମ ସ୍ଥାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିବ୍ୟଶ୍ରୀ ଦାଶ,ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସ୍ୱୟଂମଶ୍ରୀ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More