ବିଶ୍ୱ ଧରିତ୍ରୀ ଦିବସ ପାଳିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚେରଚେଟା ପଞ୍ଚାୟତ ଅଧୀନ ବତାସର ବନ ସୁରକ୍ଷା କମିଟି , ମୁଦୁଲିଗୁଡା ବନ ସୁରକ୍ଷା କମିଟି , ମାନିଗା ପଞ୍ଚାୟତ ଅନ୍ତର୍ଗତ ରାଉଲିଗୁଡା ବନ ସୁରକ୍ଷା କମିଟି ତରଫରୁ ବିଶ୍ୱ ଧରିତ୍ରୀ ଦିବସ ଜଟାବାଲ ସେକସନ ଦ୍ୱାରା ପାଳିତ ହୋଇଯାଇଛି |ବନ ସୁରକ୍ଷା କମିଟି ର ଶତାଧିକ ସଦସ୍ୟ ପୁରୁଷ, ମହିଳା ଉପସ୍ଥିତ ଥିଲେ | ଏହି ଦିବସରେ ବିଶେଷ କରି ଜଳ ବାୟୁ ପରିବର୍ତନ ସମସ୍ୟା , ଶକ୍ତି ସଂରକ୍ଷଣ , ଖାଦ୍ୟଶସ୍ୟ , କୃଷି ବୃଦ୍ଧି , ଜୈବ ବିଭିଧତା ସୁରକ୍ଷା , ଜଙ୍ଗଲ ପରିବେଶ ସୁରକ୍ଷା , ମୂର୍ତ୍ତିକା ସଂରକ୍ଷଣ , ଜଳ ସଂରକ୍ଷଣ , ପରିଷ୍କାର ପରିଛନ୍ନତା ସୁସ୍ଥ ବାତାବରଣ ଉପରେ ଏହି ସଭାରେ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମ କୁ ଜଟାବାଲ ବନପାଳ ସୁଦର୍ଶନ ଭତରା, ବତାସର ବନରକ୍ଷୀ ସଦା ସାନ୍ତା , ଜଟାବାଲ ବନରକ୍ଷୀ ରଞ୍ଜିତା ମହାପାତ୍ର , ପାତ୍ରୀ ବନରକ୍ଷୀ ପୂଜା ସ୍ୱାଇଁ ଏବଂ ବନ ସୁରକ୍ଷା କମିଟିର ସଭାପତି ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More