ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

31

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତଥା ଅଣ ସଂକ୍ରାମକ ରୋଗ କକ୍ଷ ଆନୁକୂଲ୍ୟରେ ଓ ଜିଲ୍ଳା ଜାତୀୟ ସେବା ଯୋଜନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଛାତ୍ର ଛାତ୍ରୀଙ୍କୁ ଜୀବନରେ ଉନ୍ନତି କରିବାକୁ ହେଲେ ନିଜକୁ ଜଣେ ଜଣେ ସଫଳ ପ୍ରତିଯୋଗୀ ଭାବେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । କଲେଜ କର୍ମଚାରୀ ଶ୍ରୀଯୁକ୍ତ ଅଶୋକ ପାତ୍ର ଉଦଘାଟନୀ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଳା ସ୍ୱାସ୍ଥ୍ୟ ସମିତିର ସହକାରୀ ମ୍ୟାନେଜର ଶ୍ରୀ ତରୁଣ କୁମାର ସାହୁ ଯୋଗ ଦେଇ ପ୍ରତିଯୋଗିତା ଗୁଡିକର ନିୟମ, ଆଭିମୁଖ୍ୟ ତଥା ଉଦ୍ଧେଶ୍ୟ ବିଷୟରେ ବୁଝାଇଥିଲେ । ଜାତୀୟ ସେବା ଯୋଜନା ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ନବରଙ୍ଗପୁର ମହାବିଦ୍ୟାଳୟ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମହିଳା ସ୍ନାତକ ମହାବିଦ୍ୟାଳୟ ଓ ସ୍ମାର୍ଟ ଗୁରୁକୁଳ ସ୍ନାତକ ମହାବିଦ୍ୟାଳୟ ର 40 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ପାଇଁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର,ଅଧ୍ୟାପକ ଜାହାଙ୍ଗିର ମହମ୍ମଦ,ରେଡକ୍ରସ ଅଧିକାରୀ ଅଧ୍ୟାପକ ଅଶ୍ୱିନୀ କୁମାର ବେହେରା, ଅଧ୍ୟାପିକା ରଜନୀ ମିଞ୍ଜ ପ୍ରମୂଖ ବିଚାରକ ମଣ୍ଡଳୀ ଭାବରେ ରହି ପରିଚାଳନା କରିଥିଲେ । ଗଣିତ ଓ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଯଥା ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର,ପ୍ରାଧ୍ୟାପିକା ଶ୍ରୀମତୀ ସଙ୍ଗୀତା ତ୍ରିପାଠି ସ୍ୱତନ୍ତ୍ର ଅତିଥି ଭାବରେ ସଭା ମଣ୍ଡନ କରିଥିଲେ । ତମାଖୁ ବର୍ଜନ ତଥା ସମାଜ ଉପରେ ଏହାର କୁପ୍ରଭାବ ବିଷୟରେ ଡ଼ଃ ବିଶ୍ୱାଳ ଏକ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ । ଜାତୀୟ ସେବା ଯୋଜନାର ଜିଲ୍ଳା ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ହୋତା ପ୍ରତିଯୋଗିତା ଗୁଡିକର ପ୍ରତ୍ୟକ୍ଷ ପରିଚାଳନା କରିବାସହ ପାଠପଢା ସହ ଛାତ୍ର ଛାତ୍ରୀ ଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଆଗାମୀ ଦିନରେ ଏମିତି ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଗୁଡିକର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସ୍ତରୀୟ ଜାତୀୟ ସେବା ଯୋଜନା ସଂସ୍ଥା ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନଙ୍କ ମିଳିତ ଆନୁକୁଲ୍ୟରେ ଆଗାମୀ 31 ତାରିଖ ଦିନ ବିଶ୍ୱ ତମାଖୁ ବର୍ଜନ ଦିବସକୁ ବିରାଟ ସଚେତନତା ଦିବସ ଭାବରେ ପାଳନ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ତରୁଣ କୁମାର ସାହୁ ପ୍ରକାଶ କରିଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More