ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ରୋମାଞ୍ଚଳ ଖମାରି,ଯୁଗ୍ମ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଡକ୍ଟର ଦିଗମ୍ବର ନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଲିପି ରେଖା ସ୍ୱାଇଁ ପ୍ରଦାନ କରିଥିଲେ।ଏହି ବିଶ୍ୱ ଅଣ୍ଡା ଦିବସ ବିଷୟରେ ମଞ୍ଚା ସିନ ଅତିଥି ମାନେ ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସରକାରଙ୍କର ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ କିପରି ଲୋକାଭିମୁଖୀ ହୋଇ ପାରି ଜୀବନ ଜୀବିକାକିପରି ଉନ୍ନତି ହେବା ସହ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ ତା ଉପରେ ଗୁରୁତ୍ୱ ଦିଆ ଯାଉ ଥିବା ଜଣା ପଡ଼ିଛି।ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ,ଚାଷି ଭାଇମାନେ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକଳ୍ପ ପଦର୍ଶନ କରି ଚାଷି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଆତ୍ମ ନିର୍ଭରଶୀଳ ହୋଇ ପରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଡକ୍ଟର ରଶ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।