କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ରାଜନଗର ବ୍ଲକ ଅନ୍ତର୍ଗତ ବନ୍ଧପଡା ପଞ୍ଚାୟତର ଟାଙ୍ଗଣତୈଳା ଗ୍ରାମର ଦୁଷ୍ମନ୍ତ କୁମାର ସିଅ ବୁଲୁସାର ଙ୍କ ଦୁଇଟି କିଡନୀ ଖରାପ ହେବା ସହିତ ଦୁଇଟି ଆଖିକୁ ମଧ୍ୟ ଠିକ୍ ରେ ଦେଖା ଯାଉନଥିବା ବା ଚିକିତ୍ସା ପାଇଁ କୋଡ଼ିଏ ରୁ ତିରିଶି ଲକ୍ଷ୍ୟ ଟଙ୍କା ଆବଶ୍ୟକ ହେଉଥିବାର ସଂଘର୍ଷ ନ୍ୟୁଜ୍ ରେ ପ୍ରସାରଣ ପରେ ବୁଲୁସାରଙ୍କ ଚିକିତ୍ସା ପାଇଁ ବିଶ୍ଵାସ ଫାଉଣ୍ଡେସନ ପକ୍ଷରୁ ବିଶ୍ଵାସ ଫାଉଣ୍ଡେସନର ପିଲାମାନେ ଡାମରପୁର ପଞ୍ଚାୟତରେ ଘରେ ଘରେ ବୁଲି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଞ୍ଚଳର ସାମାଜିକ ସଂଗଠନ କର୍ମକର୍ତ୍ତା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବୁଲୁସାରଙ୍କ ଏଭଳି ବିପଦ ସମୟରେ ତାଙ୍କ ବାସଭବନରେ ପହଁଚି ବୁଲୁ ସାରଙ୍କୁ ସାହସ ଦେଇଥିବା ନଜରକୁ ଆସିଛି। ଏନେଇ ଆମ ପ୍ରତିନିଧି ଡାମରପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ତଥା ଜଣାଶୁଣା ସମାଜସେବୀ ବସନ୍ତ ନାଥଙ୍କୁ ପଚାରିବାରୁ ବସନ୍ତ ନାଥ ବିଶ୍ଵାସ ଫାଉଣ୍ଡେସନର ଏଭଳି କାର୍ଯ୍ୟ ପାଇଁ ଉଦୁଉଦିଆ ଖରାରେ ବୁଲୁଥିବା ବିଶ୍ଵାସ ଫାଉଣ୍ଡେସନର ସମସ୍ତ ପିଲା ମାନଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଜଣାଇଥିଲେ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)