ବିଶ୍ୱାସୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ରୋମାନ୍ କ୍ୟାଥଲିକ ଚର୍ଚ୍ଚ

52

Get real time updates directly on you device, subscribe now.

ନବରଙ୍ଗପୁରସଂଘର୍ଷ ମିଡିଆ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ ସାଧୁ ଥମାସ ଙ୍କ ନାମରେ ଏକ ନୂତନ ଚର୍ଚ୍ଚ ଗ୍ରାମବାସୀ ଙ୍କ ନିମନ୍ତେ ଉତ୍ସର୍ଗ ହୋଇଯାଇଛି। ଏହି ଉତ୍ସର୍ଗ ମହାସମାରରେ ଅନେକ ଦୁର ଦୁରାନ୍ତରୁ ଶହ ଶହ ଖ୍ରୀଷ୍ଟ ବିଶ୍ବାସୀ ମାନେ ଯୋଗ ଦେଇଥିଲେ। ତେନ୍ତୁଳିଖୁଣ୍ଟି କ୍ୟାଥଲିକ ଚର୍ଚ୍ଚ ର ମୂଖ୍ୟ ଯାଜକ ଜେମେଶ ବଟମ ଙ୍କ ଅଧ୍ୟକ୍ଷତାରେ ରେ ରାୟଗଡା ଧର୍ମ ପ୍ରଦେଶର ର ବିଷଫ ଆପ୍ଲିନା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ତାଙ୍କ ସହିତ ଅନେକ ଯାଜକ ,ସେବା ଭଗ୍ନୀ ଗଣ ଉପସ୍ଥିତ ଥିଲେ lଏହି ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କ ପାଇଁ ପ୍ରାଥନା କରିଥିଲେ ଓ ଉପସ୍ଥିତ ବିଶ୍ବାସୀ ଭାଇ ଭଉଣୀମାନଙ୍କୁ ଉତ୍ସାହ ପ୍ରଦାନ କରାଇ ଥିଲେ । ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସହିତ ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହ ଅଞ୍ଚଳର ବରିଷ୍ଠ ନେତା ନାରାୟଣ ପାତ୍ର ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More