ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ ପ୍ରଦର୍ଶନ

11

Get real time updates directly on you device, subscribe now.

କଟକ(ସଂଘର୍ଷ ନ୍ୟୁଜ୍) : କଟକ ଜିଲ୍ଲା ନିଆଳି ନଗର ଶାଖା ତରଫରୁ ଗୋବିନ୍ଦପୁର କଲେଜ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନ କରିବା ସହ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ଦାହ୍ୟ କରିଛନ୍ତି ଏବଂ ଏହି ଆନ୍ଦୋଳନରେ ନିଆଳି ନଗର ସମ୍ପାଦକ ଅଭିରାମ ଲେଙ୍କା ,ସହ ସମ୍ପାଦକ ଦୀପକ୍ ସାମଲ ,ରଶ୍ମି ରଂଜନ ମଲ୍ଲିକ ଓ ଗୋବିନ୍ଦପୁର କଲେଜ୍ ଛାତ୍ର ନେତା ଶଙ୍କର ବେହେରାଙ୍କ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ଓ ଏହି ଆନ୍ଦୋଳନ ଦୀର୍ଘ ୧ଘଣ୍ଟା କାଳ ଗୋବିନ୍ଦପୁର କଲେଜ୍ ସମ୍ମୁଖରେ ହୋଇଥିଲା। ଏବଂ ନିଆଳି ନଗର ସମ୍ପାଦକ ଅଭିରାମ ଲେଙ୍କା କହିଛନ୍ତି ଯଦି ଛାତ୍ର ମାନଙ୍କ କଥା ସରକାର୍ ନ ଶୁଣନ୍ତି ତାହେଲେ ଏହି ଆନ୍ଦୋଳନ ଆହୁରି ବୃହତର ହେବ । କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More