ବିଶ୍ଵ ମିତବ୍ୟୟିତା ଦିବସ-୨୦୨୨ ଉପଲକ୍ଷେ ସ୍ୱଳ୍ପ ସଞ୍ଚୟ ରଥର ଶୁଭାରମ୍ଭ

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ସ୍ୱଳ୍ପ ସଞ୍ଚୟ ସଂଗଠନ, ଜିଲା ପ୍ରଶାସନ ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥ ପଡିଆ ଠାରେ ସ୍ୱଳ୍ପ ସଞ୍ଚୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଏହି ସ୍ୱଳ୍ପ ସଚେତନତା ରଥକୁ ଜିଲ୍ଲାପାଳ ପାରୁଲ ପଟାୱରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସ୍ବଳ୍ପ ସଞ୍ଚୟ ରଥ ଜିଲ୍ଲାର ଆଠଟି ବ୍ଲକ ଓ ଦୁଇଟି ମୁନସୀପାଲିଟିରେ ଜନସାଧାରଣଙ୍କୁ ଦୈନଦିନ। ଜୀବନରେ ନିଜର ଖର୍ଚକୁ କମ୍ କରିବା ନିମନ୍ତେ ସଚେତନ କରାଯିବା ସହିତ ପ୍ରଚାର ପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ କାର୍ଯ୍ୟ କ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲିପି କୁମାର ଜେନା, କ୍ରୀଡା ଅଧିକାରିଣୀ ବିଶ୍ଵ ବିଜୟୀନି ପଟ୍ଟନାୟକ,କବିତା ମୁର୍ମୁ,ରୀନାରାଣୀ ସୋରେନ, ରାଧା ମୋହନ ଜେନା ,ସମୀର କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ପରି ଚାଳନାରେ ଜିଲା ସ୍ମଲ ସେଭିଂ କାର୍ଯ୍ୟାଳୟର କର୍ମଚାରୀ ସାରଦା ପ୍ରସନ୍ନ ସାହୁ, ଦିଲୀପ କୁମାର ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More