ବିଶ୍ଵ ପର୍ଯ୍ୟଟନ ଦିବସରେ ପୁରୀରେ ଆରମ୍ଭ ହେଲା ମୋ ବସ ସେବା

10

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀରୁ ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯନ୍ତ ଗଡ଼ିବ ମୋ ବସ । ଆଜି ଶ୍ରୀ ମନ୍ଦିର ସମୁଖରେ ଜଗନ୍ନାଥଙ୍କ ନିକଟରେ ପୂଜା କରିବା ପରେ ଏହାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦୁଇଟି ବସ ଚଳା ଚଳ କରିବ ଗୋଟିଏ ବସ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରୁ ପୁରୀ ଛାଡୁଥିବାବେଳେ ଠିକ ସେହି ସମୟ ରେ ପୁରୀ ବସ ଷ୍ଟାଣ୍ଡରୁ ଅନ୍ୟ ବସଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ରହିଛି । ତେବେ କେବଳ ପୁରୀ ନୁହେଁ ଆଜି ଠୁ କୋଣାର୍କ ରେ ମଧ୍ୟ୍ୟ ମୋ ବସ ସେବା ଆରମ୍ଭ ହୋଇଛି । ଅନ୍ୟପଟେ ପୁରୀରୁ ଦୈନିକ ଛାଡୁଥିବା ବସଟି ବାଟରେ ଚନ୍ଦନପୁର, ସାକ୍ଷୀଗୋପାଳ, ପିପିଲି ଆଦି ଷ୍ଟପେଜ ଦେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଆଗକୁ ଲୋକଙ୍କ ଚାହିଦାକୁ ଦେଖି ଆହୁରି ମୋ ବସ ଚଳା ଚଳ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More