ବିଶ୍ଵ ପର୍ଯଟନ ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

18

Get real time updates directly on you device, subscribe now.

,ପୁରୀ ( ସଂଘର୍ଷ ମିଡିଆ ) : ସେପ୍ଟେମ୍ବର ୨୭ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ଼ ଟୁରିଯିମ ଡେ ଭାବେ ପାଳନ କରାଯାଏ । ୧୯୮୦ମସିହା ରୁ ୟୁନାଇଟେଡ଼ ନେସନର ଟୁର ଜିମ ଅର୍ଗା ନାଇ ଯେସନ ପକ୍ଷରୁ ଏହି ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ବିଶ୍ଵରେ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନ ବ୍ୟବସାୟକୁ କିଭଳି ଆଗକୁ ନିଆଯାଇ ପାରିବ ସେ ନେଇ ଏହି ଦିବସ ମୁଖ୍ୟ ଉଦେଶ୍ୟ । ତେବେ ଏହି ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ମାନସ ଏକ ବାଲୁକାକଳା କରି ଏହି ଦିବସ ର ଶୁଭେଚ୍ଛା ଦେଇଛନ୍ତି । ଏହି ବାଲୁକାକଳାରେ ସେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଚିତ୍ରକୁ ସ୍ଥାନ ଦେଇ ଛନ୍ତି। ସେହିପରି କୋଭିଡ ମହାମାରୀ ପାଇଁ ସାରା ବିଶ୍ୱରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବିନା ପର୍ଯ୍ୟଟକଙ୍କ ଆଗମନରେ ବିପୁଲ ଆର୍ଥିକ କ୍ଷତି ହୋଇ ଥିବା ସେ ବାର୍ତା ଦେଇଛନ୍ତି । ତେବେ କୋଭିଡ ମହାମାରୀ ସମୟରେ ଅନେକ ଲୋକ ବିଭିନ୍ନ ସମସ୍ୟାକୁ ମାନସିକ ଅବସାଦରେ ଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଲୋକ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କୁ ଭ୍ରମଣରେ ଯାଉଛନ୍ତି । ତେବେ କୋଭିଡ ସମୟରେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତ୍ୱ ନିୟମ ବଜାୟ ରଖିଲେ କୋଭିଡ ସଂକ୍ରମଣ ରୁ ରକ୍ଷା ସମେତ ଭ୍ରମଣରେ ବେଶ ମଜା ଉଠାଇ ହେବ । ଏଣୁ ସମସ୍ତ ପର୍ଯ୍ୟଟକ ଭ୍ରମଣ ବେଳେ ଏହି ସାବଧାନତା ଅବଲମ୍ବନ କରି ବାକୁ ସେ ବାର୍ତା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More