ବିଶ୍ଵ ଜନସଙ୍ଖ୍ୟା ଦିବସ -୨୦୨୨ ପାଳିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଭାଶିଷ ସାହୁଙ୍କ ନିର୍ଦ୍ଧେଶକ୍ରମେ ବିଶ୍ଵ ଜନସଙ୍ଖ୍ୟା ଦିବସ-୨୦୨୨ ପାଳିତ ହୋଇଯାଇଛି।ଏହି ଅବସରରେ ଗୋଷ୍ଟି କାର୍ଯ୍ୟକ୍ରମ ପରିଚାଳକ ପିତବାସ ଗାହାଣ,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ(ଭାରପ୍ରାପ୍ତ)ମାନସ ନାରାୟଣ ସାହୁ,ଗୋଷ୍ଟି ହିସାବ ରକ୍ଷକ ଜିତେନ୍ଦ୍ର ପାତ୍ର ପ୍ରମୁଖଙ୍କ ସହଯୋ ଗରେ ଏକ ଅଟୋ ଗାଡି ରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଶ୍ଵ ଜନ ସଙ୍ଖ୍ୟାଦିବସ ଉପରେ ସଙ୍ଗିତ ବଜାଇ ଡାବୁଗାଁ ସହରର ସମସ୍ତ ଗ୍ରାମ ପରିକ୍ରମା କରି ସଚେତନ ସ୍ରୁଷ୍ଟି କରାଯାଉଛି।ତା୨୭/୬/୨୦୨୨ ରୁ ଜୁଲାଇ ୧୦ ତାରିଖ ପର୍ଜ୍ୟନ୍ତ ସଚେତନତା ପକ୍ଷ ପାଳନ କରାଜିବା ସହ ଜୁଲାଇ ତା୧୧/୭ ରୁ ତା୨୪/୭ ପର୍ଜ୍ୟନ୍ତ ବିଶ୍ଵ ଜନସଙ୍ଖ୍ୟା ଦିବସ ନେଇ ଅଟୋ ରେ ବ୍ୟାପକ ପ୍ରଚାର କରାଜିବା କାର୍ଯ୍ୟକ୍ରମ ଚାଲୁ ରହିଛି।ପରିବାର ନିୟୋଜନ ଏକ ସମାଜିକ ଦାୟିତ୍ଵ,ପରିବାର ନିୟୋଜନକୁ ଆପଣାନ୍ତୁ,ଉନ୍ନତିର ନୁତନ ଅଧ୍ୟାୟ ଲେଖନ୍ତୁ।ଦାୟିତ୍ଵ ସମ୍ପନ୍ନ ଏକା ସେହି ଦମ୍ପତି,ପରିବାର ନିୟୋଜନ ସିଏ କରନ୍ତି ଏପରି ଅନେକ ବାଣୀ ପ୍ରଚାର ମାଧ୍ୟମରେ ସଚେତନ କରାଯାଉଛି।ଏତଦ୍ ବ୍ୟତିତ ଆଜି ଠାରୁ କୋଭିଡ୍ ବୁଷ୍ଟର ଡୋଜ୍ ନେଇ ଡାକବାଜୀ ଜନ୍ତ୍ର ମାଧ୍ୟମରେ ବ୍ୟାପକ ସଚେତନ କରାଇ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜନ ସାଧାରଣ ମାନଙ୍କୁ ଆଜି ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଛି।କୋଭିଡର ପ୍ରକୋପ ବଢୁଥିବାରୁ ଏହି ଡୋଜ୍ ନେବା ନିହାତି ଜରୁରୀ ବୋଲି ଆମ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ସହ ସମସ୍ତ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ସମସ୍ତ ଜନସାଧାରଣଙ୍କୁ ଟିକା ନେବାକୁ ଆହ୍ଵାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More