ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଥବା ୮୦୦ ବର୍ଷ ପୁରୁଣା ବିଶାଳକାୟ ଲୁହା ବିମ୍ ଗୁଡ଼ିକର ଅଲ୍ଟ୍ରାସୋନିକ ପରୀକ୍ଷା ଆରମ୍ଭ
ପୁରୀ(ସଂଘର୍ଷ ମିଡିଆ) : ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଥବା ୮୦୦ ବର୍ଷ ପୁରୁଣା ବିଶାଳକାୟ ଲୁହା ବିମ୍ ଗୁଡ଼ିକର ଅଲ୍ଟ୍ରାସୋନିକ ପରୀକ୍ଷା ଆରମ୍ଭ ହୋଇଛି। ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ଓମ୍କାରନାଥ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଚାଲିଛି। ଭୁବନେଶ୍ଵର ଆଇଆଇଟି ଏବଂ ଜାମସେଦପୁରସ୍ଥିତ ଜାତୀୟ ଧାତୁ ବିଜ୍ଞାନ ପରୀକ୍ଷାଗାର ବିଶେଷଜ୍ଞ ଟିମ୍ ପହଞ୍ଚି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରରେ ପ୍ରାୟ ୩୦ଟି ବଡ଼ ଲୁହା ବିମ୍ ରହିଛି । ଏହାର ରକ୍ଷଣାବେକ୍ଷଣ କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଇ)। ବଡ଼ ବଡ଼ ଲୁହା ବିମ୍ରେ କେତେକ ଛୋଟ ବିମ ମଧ୍ୟ ରହିଛି ଏବଂ ବିମ୍ ତିଆରି ପଦ୍ଧତି ଅନ୍ୟମାନଙ୍କଠାରୁ ଅଲଗା କି ନୁହେଁ, ତାହା ଜାଣିବା ଲାଗି ପରୀକ୍ଷା କରାଯାଉଛି ବୋଲି କୁହାଯାଇଛି । ସୂଚନା ଥାଉକି ମୁଖ୍ୟ ମନ୍ଦିରର ୫୦ ଫୁଟ ଉପରେ ପ୍ରାୟ ୮ ଟନ୍ର ଏହି ବିମ୍ ଲାଗିଥିଲା। ଉକ୍ତ ବିମ୍ ଉପରେ ନବଗ୍ରହ ମୂର୍ତ୍ତି ଶୋଭା ପାଉଥିଲା। କାଳକ୍ରମେ ମୁଖ୍ୟ ମନ୍ଦିର ଭାଙ୍ଗିଯିବାପରେ ସେବେଠାରୁ ବିମ ଗୁଡ଼ିକୁଏକାଠି କରାଯାଇ ମନ୍ଦିର ବେଢାରେ ରଖାଯାଇଛି। ଗତବର୍ଷ ମଧ୍ୟ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ପୁନର୍ବାର ପରୀକ୍ଷା ଚାଲିଛି। ବଡ଼ ବିମ୍ ଭିତରେ ରହିଥିବା ଛୋଟ ବିମ୍ ସମ୍ପର୍କ ଜାଣିବା ଏହି ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ଓଁକାର ନାଥ ମହାନ୍ତି କହିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଅଧିକ ହେବ ଏହି ଲୁହା ବୀମ ରହିଚି। ହେଲେ ଏହା କଳଙ୍କି ଲାଗି ନାହିଁ କି ଏହା ନଷ୍ଟ ହୋଇ ନାହିଁ। କୋଣାର୍କ ସମୁଦ୍ର ଉପକୂଳ ରେ ଥିବା ବେଳେ ଜଳ ବାୟୁ ରେ କ୍ଲୋରିନ, କ୍ଲୋରାଇଡ ରହିଚି। ହେଲେ ଏହି ଵିମ୍ ଗୁଡିକ ଉପରେ କୌଣସି କୁ ପ୍ରଭାବ ପଡ଼ିନାହିଁ। ତେବେ ଏହି ଵିମରେ କଣ ସବୁ ବ୍ୟବହାର ହୋଇଚି ତାହା ଜାଞ୍ଜ ଚାଳିଛି। ପୁର୍ବ କାଳରେ ଓଡ଼ିଶାର ବୈଷୟିକ ଜ୍ଞାନ କୌଶଳ ଯଥେଷ୍ଟ ଭଲ ଥିବା ଏକ ପ୍ରକାର ପ୍ରମାଣିତ ହେଉଚି। ଏଣୁ କୋଣାର୍କ ମନ୍ଦିର ରୁ ବାହାରି ଥିବା ବିଶାଳ ଲୁହା ଵୀମ ନିର୍ମାଣ ପଛରେ କଣ ରହସ୍ୟ ରହିଛି ଜାଞ୍ଜ ଦ୍ୱାରା ଜଣାପଡ଼ିବ ବୋଲି ଆଇ ଆଇ ଟିର ପୂର୍ବତନ ପ୍ରଫେସର ଓଁକାର ନାଥ ମହାନ୍ତି ସୁଚନା ଦେଇଛନ୍ତି।