ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ୩୦/୭ – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଗୋପୀନାଥ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଗଷ୍ଟ ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯିବ, କିପରି ବହୁ ଆଦିବାସୀ ଭାଇ ଭଉଣୀ ମାନେ ଯୋଗ ଦେବେ, ଡାବୁଗାଁ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ୯ ଦଫା ଦାବି ସମ୍ମଳିତ ଏକ ଦାବୀପତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯିବ, ପରେ ଡାବୁଗାଁ ମିନି ଷ୍ଟାଡିୟମ ଠାରେ ସାଧାରଣ ସଭା କରାଯିବା ନେଇ ଆଲୋଚନା ହୋଇଥିଲା | ଏଥିର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକ, ରାଜ୍ୟସଭା ପୂର୍ବତନ ସାଂସଦ ଭଗବାନ ମାଝି, ଉମରକୋଟ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝି, ଉମରକୋଟ ମ୍ୟୁନିସପାଲଟି ଅଧ୍ୟକ୍ଷା ରାଧା ଭତ୍ରା, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝି, ଡାବୁଗାଁ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ମୋହନସିଂ ଗଣ୍ଡ, ମୋହନ ନାୟକ, ଦୟାନିଧି ଭତ୍ରା, ସୁକୃ ଭତ୍ରା, ନରସିଂ ମାଝି, ବୁଦୁରୁ ଭତ୍ରା, ହିରେଣ୍ୟ ମାଝି ଓ ଜିଲ୍ଲାର ସମସ୍ତ ଆଦିବାସୀ ସମାଜର ସଭାପତି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More