ବୌଦ୍ଧ(ସଂଘର୍ଷ ମିଡିଆ) : – ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ସବୁଜ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଏହି ରଥର ଲକ୍ଷ ହେଲା ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି ସଞ୍ଚୟ କରିବାକୁ ଅଂନଶୀକୃତି ପ୍ରାପ୍ତ ବ୍ୟାଙ୍କ ଓ ଅର୍ଥ ଲଗାଣ ସଂସ୍ଥା ଠାରୁ ଦୂରେଇ ରହି ଡାକ ଘର ଓ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ରେ ସଞ୍ଚୟ କରିବା ଲକ୍ଷ୍ୟ ନେଇ ଏହି ରଥ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ପ୍ରସାର କରାଯାଇଛି ।ବୌଦ୍ଧ ଏନଏସି ଇଓ ଇଂ ମନରଞ୍ଜନ ପଣ୍ଡା ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଞ୍ଚୟ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ସ୍ୱଳ୍ପ ସଞ୍ଜୟ ଅଧିକାରୀ ତଥା ସହକାରୀ ଜିଲ୍ଲା ପାଳ ବିରଞ୍ଚି ଧରୁଆ ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ 31 ,10ରୁ 14 ,11 ପର୍ଯ୍ୟନ୍ତ ମିତ ଵ୍ୟୟୀ ପକ୍ଷ ପାଳନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତlକାନ୍ତି ବଳିଆରସିଂ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l