ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ତିନି ରଥର ୪୨ଟି ଚକ ଓ ୨୧ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ସହ ଅଖ ଗୁଡ଼ିକର ସଯୋଗ ହେବାର ବିଧି ରହିଛି। ସେହିପରି ତିନି ରଥର‌ ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ରଥର‌ ମୁହାଁଟି ଓ ଦଣ୍ଡା ନିର୍ମାଣ କାର୍ଯ୍ୟର ଅନୁକୂଳ କରିଛନ୍ତି ତିନି ରଥର ବିଶ୍ବକର୍ମା ମହାରଣା ମାନେ। ସେହିପରି ତିନି ରଥର‌ ନିରାଡିର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ବିଶ୍ବକର୍ମା। ସେପଟେ ତିନି ରଥର ରୂପକାର ସେବକ ମାନେ ଗୁଜ ଗୁଡିକରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଦୋଳବେଦୀର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ଆଜି ୨୭ ଦିନରେ ପହଞ୍ଚିଥିବା ବେଳେ ଏଥିରେ ମୋଟ ୨୦୦ ଜଣ ନିର୍ମାଣକାରୀ ସେବକ ଲାଗିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More