ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ହିତ ଚିନ୍ତକ ଅଭିଯାନ ଆରମ୍ଭ

24

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ହିତ ଚିନ୍ତକ ଅଭିଯାନ ଆରମ୍ଭ ହୋଇଥିବା ବିଶ୍ବହିନ୍ଦୁ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ହିନ୍ଦୁ ମାନଙ୍କୁ ସୁସଙ୍ଗଠିତ କରିବା ଲକ୍ଷ୍ୟରେ ଜିଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ହିତ ଚିନ୍ତକ ଅଭିଯାନ ଆରମ୍ଭ ହୋଇଛି।ଆଗାମୀ2024ରେ ବିଶ୍ବହିନ୍ଦୁ ପରିଷଦ ସ୍ଥାପନା ର ଷାଠିଏ ବର୍ଷ ପୂର୍ଣ୍ଣ ଉପଲକ୍ଷେ ଏହି ଅଭିଯାନ ଆସନ୍ତା କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲୁ ରହିବ।ଏହା ମାଧ୍ୟମରେ ସମାଜର ପ୍ରତ୍ୟେକ ସମ୍ପ୍ରଦାୟକୁ ସମ୍ପର୍କ କରି ସେମାନଙ୍କୁ ସମୃଦ୍ଧ ହିନ୍ଦୁ ସମାଜ ଗଠନ ଓ ରାଷ୍ଟ୍ର ହିତ ନିମନ୍ତେ ବିନିଯୋଗ କରାଯିବ ବୋଲି ଜଗତସିଂହପୁର ଜିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ପ୍ରାନ୍ତ ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୂଖ ଅଜୟ କୁମାର ଦାସଜି ମହାରାଜ, ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ବାବା ଶ୍ରୀ ନଳିନୀ ଜୀ ମହାରାଜ,ଉପସଭାପତି ମାନସ ରଞ୍ଜନ ସ୍ୱାଇଁ, ବଜରଙ୍ଗ ଦଳ ସଂଯୋଜକ ଶ୍ୟାମସୁନ୍ଦର ସାହୂ, ସାମାଜିକ ସରସତା ପ୍ରମୁଖ ପ୍ରଫୁଲ୍ଲ କୁମାର ଦୁବେ, ବଜରଙ୍ଗ ଦଳର ସହ ସଂଯୋଜକ ସୂର୍ଯ୍ୟକାନ୍ତ ନନ୍ଦ ପ୍ରମୂଖ ଉପସ୍ଥିତଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More